ଭୂବନେଶ୍ବର, ୨୨/୦୩ : ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି । ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି । ଆଜି ସକାଳେ ଏହି ବଡ଼ ଅଘଟଣ ଘଟିଥିବା ବେଳେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆଙ୍କର ଦର୍ଶନ ବନ୍ଦ ରହିଛି ।
ଅବକାଶ ନୀତି ଶେଷ ହେବ ପରେ ଭିତର କାଠ ଦର୍ଶନ ଚାଲିଥିଲା । ଆଜି ପାଗରେ ପରିବର୍ତ୍ତନ ହେବା କାରଣରୁ ଭକ୍ତମାନେ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥିଲା । ସକାଳ ୭ଟା ୫୦ରେ ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଥିଲା। ତେବେ ପରେ ପୁଣି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


