ବିଜେ ହେଲେ ମା ହିଙ୍ଗୁଳା – ଉଭା ସ୍ଥଳୀ ରେ ପ୍ରକଟ ହେଲେ ମା ଅଗ୍ନିରୂପା
ଗୋପାଳଗଡ – ବିଶ୍ଵ ପ୍ରସିଦ୍ଧ ତଥା ଅନୁଗୋଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ସିଦ୍ଧ ପିଠ ମା ହିଙ୍ଗୁଳାଙ୍କ ଉଭା ସ୍ଥଳୀରେ ମା ହିଙ୍ଗୁଳା ପ୍ରକଟ ହୋଇଛନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ହିଙ୍ଗୁଳା ମା ହିଙ୍ଗୁଳାଙ୍କ ମନ୍ଦିରର ପଶ୍ଚିମ ଦିଗରେ ଓ ଗୋପାଳପ୍ରସାଦ ହାଇସ୍କୁଲର ପାଚେରି ନିକଟରେ ମା ଙ୍କ ବିଜେ ସ୍ଥଳୀ ଚିହ୍ନଟ ହୋଇଛି। ଅଗ୍ନିରୂପା ମାଙ୍କ ଦର୍ଶନ ମାତ୍ରେ ଗ୍ରାମରେ ଭକ୍ତିମୟ ପରିବେଶ ସହ ହର୍ଷ ଉଲ୍ଲାସ ରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଛି। ଧୀରେ ଧୀରେ ଭକ୍ତ ମାନେ ମାଙ୍କ ଦର୍ଶନ ପାଇଁ ଭିଡ ଲଗାଇ ଥିବା ବେଳେ ପ୍ରଶାସନ ଓ ଗ୍ରାମ ପୂଜା କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଥିବା ସୂଚନା ମିଳିଛି।



