ପୂର୍ବତନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ
କୁଚିଣ୍ଡା, ଆଦ୍ୟ ତା – ୩/୫/୨୦୨୬, ରବିବାର ଦିବା ୧୧ ଘଣ୍ଟା ସମୟରେ କୁଚିଣ୍ଡା କଲେଜ ପ୍ରେକ୍ଷାଳୟରେ ରାଜ କବି ବିଜ୍ଞାନ ବିନୋଦ ପୂର୍ବତନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ୧୫୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ସୌଜନ୍ୟରୁ ନବ ନାଟ୍ୟ ନିକେତନ, ଦେବଗଡ଼ ଦ୍ଵାରା ଆୟୋଜିତ ଏହି ସାରସ୍ୱତ ସମାରୋହରେ ରାଜ ପରିବାରର ଦାୟାଦ ସଞ୍ଜୀବ ଗଙ୍ଗଦେବ ସ୍ୱତନ୍ତ୍ର ଅତିଥି, ବରିଷ୍ଠ ଲେଖକ ନିରଞ୍ଜନ ଦ୍ୱିବେଦୀ ସମ୍ମାନିତ ଅତିଥି, ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି, ପ୍ରାଧ୍ୟାପକ ଡ଼ ଭାରତ ଭୂଷଣ ନନ୍ଦ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ହେମନ୍ତ ମହାପାତ୍ର ସଭାପତିତ୍ବ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କଳାକାର ଓ ସାଂସ୍କୃତିକ ସଂଗଠକ ମଳୟ ବେହେରାଙ୍କୁ ବିଶେଷ ଭାବରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାମଣ୍ଡା ରାଜ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ କବୟତ୍ରୀ ସୁସ୍ମିତା ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ବିଶେଷ କବିତା ପାଠୋତ୍ସବରେ ପ୍ରେମ ସାଗର ଦେହେରିଆ, ବସନ୍ତ କୁମାର ଚୌଧୁରୀ, ରେଣୁକା ଶର୍ମା, ପଣ୍ଡିତ ଅଲେଖ ପତି, ପର୍ଶୁରାମ ମିଶ୍ର, ସୁଦର୍ଶନ ପାଣି, ରଜନୀ ପଟେଲ, ନିରଞ୍ଜନ ଦ୍ୱିବେଦୀ, ଗୌରହରି ଷଡ଼ଙ୍ଗୀ, ସୁସ୍ମିତା ପଟେଲ, କଲ୍ୟାଣୀ ପଟେଲ, ସୌମ୍ୟ ସ୍ୟମନ୍ତକ ମହାକୁଡ଼, ନିକୁଞ୍ଜ ବିହାରୀ ରଣା, ଜ୍ୟୋତ୍ସ୍ନା ସାହୁ, ଯଦୁମଣି ବେହେରା, ଭବାନୀ ଶଙ୍କର ନାଏକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।
ଉତ୍ସବରେ ବାମଣ୍ଡା ଗଡ଼ ଗୌନ୍ତିଆ ନୃପଳାଲ ପଳେଇ, ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ, କୁଚିଣ୍ଡା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ନବନାଟ୍ୟ ନିକେତନ ତଥା ବିଭିନ୍ନ ଅନୁଷ୍ଠାନର ଶତାଧିକ ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଯୋଗଦାନ କରିଥିଲେ। , ରମାକାନ୍ତ ମହାକୁଳ, ବିକାଶ ମହାକୁଳ, ନରେନ୍ଦ୍ର ପଳେଇ, ସଞ୍ଜୟ ପାତ୍ର, ସତ୍ୟନାରାୟଣ ପଟେଲ, ପ୍ରଶାନ୍ତ ଶର୍ମ୍ମା ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ।
ଆଗାମୀ ଦିନରେ ବାମଣ୍ଡା ରାଜ୍ୟ ଓ ରାଜା ମାନଙ୍କ ଗୌରବମୟ ଇତିହାସ ଉପରେ ଅଧିକ ଗବେଷଣା ଏବଂ ଆଲୋଚନା ଚକ୍ର ମାନ ଆୟୋଜନ କରିବା ପାଇଁ ବକ୍ତା ଓ ଶ୍ରୋତା ମାନଙ୍କ ଭିତରେ ମତ ପ୍ରକାଶ ପାଇଛି।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ



