ଶ୍ରୀ ଶ୍ରୀ ସିରିଡ଼ି ସାଇବାବା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ମାଧପୁର ଠାରେ ଥିବା ଶ୍ରୀ ଶ୍ରୀ ସିରିଡ଼ି ସାଇବାବା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ,କଳସ ଯାତ୍ରା,ଯଜ୍ଞ ଅଗ୍ନି ସ୍ଥାପନ,ଭଜନ ସନ୍ଧ୍ୟା ,ଯଜ୍ଞ, ପାଲିଙ୍କି ଯାତ୍ରା,ବାବା ଧବଳେଶ୍ଵର ଭଜନ ସନ୍ଧ୍ୟା, ପୂର୍ଣ୍ଣାହୁତି, ପୂର୍ଣ୍ଣ ଆଳତି,ଭକ୍ତି କୈବଲ୍ୟ ଭଜନ ସନ୍ଧ୍ୟା ଏବଂ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରୀ ଶ୍ରୀ ସିରିଡ଼ି ସାଇବାବା ମନ୍ଦିରର ଦଶମ ବାର୍ଷିକ ଉତ୍ସବକୁ ଆଖପାଖ ଦଶଗୋଟି ଗ୍ରାମର ଅଧିବାସୀ ମାନେ ସହଯୋଗ କରିଥାନ୍ତି।ବିଶେଷ କରି ବରିଷ୍ଠ ସମାଜସେବୀ ଓ ପରୋପକାରୀ,ଧର୍ମ ପାରାୟଣ ବ୍ୟକ୍ତି ତଥା ଭୁବନେଶ୍ୱରରେ ଥିବା ବିଶିଷ୍ଟ ହୋଟେଲ ଚାନ୍ସେଲର ପ୍ରୋପ୍ରାଇଟର ଓ ଗତ କିଛିଦିନ ହେବ ବିଂଝାରପୁର ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଠାରେ ବାବା ଆଖଣ୍ଡଳମଣିଙ୍କ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିଥିବା ବ୍ୟକ୍ତି ହେଉଛନ୍ତି ସୁରେନ୍ଦ୍ର ମହାଳିକଙ୍କ (ସୁର ଭାଇ ) ନାମରେ ସାରା ବିଂଝାରପୁରରେ ପରିଚିତ ।ତାଙ୍କରି ଆର୍ଥିକ ସହାୟତା ଓ ଗ୍ରାମବାସୀଙ୍କ ସହଯୋଗ ରେ ଏହି ସିରିଡ଼ି ସାଇବାବା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


