ରାଧାକୃଷ୍ଣ ବଜାର ଦୋଳମଣ୍ଡପସାହିର ମା’ମଙ୍ଗଳାଙ୍କ ତୃତୀୟ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା
ଢେଙ୍କାନାଳ ସହର ରାଧାକୃଷ୍ଣ ବଢାର ଦୋଳମଣ୍ଡପ ସାହିର ମା’ମଙ୍ଗଳାଙ୍କ ତୃତୀୟ ବାର୍ଷିକୋତ୍ସବ ଉପଲକ୍ଷେ ସ୍ଥାନୀୟ ଗୋପାଳ ସାଗର ଠାରେ ପୂଜାର୍ଚ୍ଚନା କରାଯାଇ ୫୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷମାନେ ବାଦ୍ୟ, ଘଂଟ ଦ୍ୱାରା ସହର ପରିକ୍ରମା କରି କଳସ ଯାତ୍ରା ପହଁଚିଲା ପରେ ଅଧୁବାସ ପୂଜା ଆରମ୍ଭ ହୋଇଥିଲା । ଆସନ୍ତା ୨ ତାରିଖ ସୋମବାର ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପୂଜକ ରୁଦ୍ର ନାରାୟଣ କବିଶତପଥୀ, କମିଟି ସଭାପତି ତଥା କର୍ତା ଗଦାଧର ଷଣ୍ଢ, କର୍ତି ଝୁନୁ ଷଣ୍ଢ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଟକୃଷ୍ଣ ବେହେରା, ଦୁଃଶାସନ ଦାସ, ମନମୋହନ ଷଣ୍ଢ, ମାନସ ବେହେରା, ସୁଧାକର ବେହେରା, ଦୀପୁ ପରିଜା ପ୍ରମୁଖଙ୍କ ସମେତ ରାଧାକୃଷ୍ଣ ବଜାର ଦୋଳମଣ୍ଡପ ସାହିର ସମସ୍ତ ସଦସ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମନ୍ଦିର ପୂଜକ ସୁଧାକର ଷଣ୍ଢ ଓ ପଂଚାନନ ବେହେରା ସମସ୍ତ ପୂଜାରେ ସହଯୋଗ କରିଥିଲେ ।



