ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ହସ୍ପିଟାଲରେ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ଟେଷ୍ଟ କରିହେବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରିହେବ ।
ରୋଗୀ ହସ୍ପିଟାଲରେ ଆଡମିଟ ହେବାର ୩ ଦିନ ପୂର୍ବରୁ ଆୟୁଷ୍ମାନ କାର୍ଡରେ ପରୀକ୍ଷା ହେବ । ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ । ତେବେ ଏହି ଗାଇଡଲାଇନ ନମାନିଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ ପରେ ବିଭିନ୍ନ ହସ୍ପିଟାଲରେ ସମସ୍ୟା ଦେଖାଦେଉଥିବା ନେଇ ଅଭିଯୋଗ ହୋଇଛି । କେତେବେଳେ ନେଟୱର୍କ ସମସ୍ୟା ତ ପୁଣି ରୋଗୀଙ୍କୁ ଅବହେଳା ନେଇ ଅଭିଯୋଗ ହୋଇଛି ।



