ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ
ଅନୁଗୋଳ ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କି ହଟିଙ୍ଗ ନିକଟରେ ଏକ ଗଛରେ ଜଣେ ମହିଳା ଙ୍କର ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ମହିଳା ଙ୍କ ମୃତ ଦେହ ଝୁଲି ଥିବା ଦେଖି ସ୍ଥାନୀୟ ବାସୀ ନାଲକୋ ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ମୃତ ମହିଳା ଜଣଙ୍କ ହେଲେ ତେନ୍ତେଳା ହଟିଙ୍ଗ ର ସିଲି ମାରାଣ୍ଡି । ମହିଳା ଜଣକ ଶାଶୁ ଶ୍ୱଶୁର ଙ୍କ ସହ ତେନ୍ତେଳା ହଟିଙ୍ଗରେ ରହୁଥିଲେ । ମହିଳା ଙ୍କ ସ୍ଵାମୀ ବୁନ୍ଦା ନାଥ ସୋରେନ୍ ହାଇଦ୍ରାବାଦ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ଇଂଜିନିୟର ଭାବେ କାର୍ଯ୍ୟରତ ରହିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ଥିବା ବେଳେ ମାନୁ ମାଝୀ ହତ୍ୟା କରିଥିବା ଶଶୁର ଘର ଲୋକେ ସନ୍ଧେହ କରିଛନ୍ତି ।ଅନୁଗୋଳ ରୁ ସୁଧାକର ସାହୁ.



