ବଡ଼ବିଲ ପୋଲିସ୍ ପକ୍ଷରୁ ମହରମ୍ ପାଳନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାରେ ଆଗାମୀ ୨୬ତାରିଖ ଦିନ ମୁସଲିମ ସମ୍ପ୍ରଦାୟର ମହରମ୍ ପର୍ବ ପାଳନ ହେବାକୁ ଥିବା ବେଳେ ଏହାକୁ କିପରି ଭାଇଚାରା ଓ ସୌହାର୍ଦ୍ଦୟପୂର୍ଣ୍ଣ ପରିବେଶରେ ପାଳନ କରାଯିବ ତାହାକୁ ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ଓ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ତତ୍ବାବଧାନରେ ଏକ ଶାନ୍ତି କମିଟି ବୈଠକ ବଡ଼ବିଲ ଥାନା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ବଡ଼ବିଲର ସବୁ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିବା ସହ କିପରି ଏହି ପର୍ବକୁ ଭାଇଚାରା ଓ ସୌହାର୍ଦ୍ଦୟପୂର୍ଣ୍ଣ ପରିବେଶରେ ଓ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବ ତା ଉପରେ ଆଲୋଚନା କରିଥିଲେ ଏବଂ ସମସ୍ତେ ଏଥିରେ ସମ୍ପୂର୍ଣ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




