ମଙ୍ଗଳପୁର ପଂଚାୟତରେ ଉତ୍ସାହର ସହିତ ଦ୍ୱିତୀୟ ରଜ (ରଜ ସଂକ୍ରାନ୍ତି) ପାଳିତ

ତାରିଖ:15.06.2025ଢେଙ୍କାନାଳ : ରଜ ପର୍ବ ଅବସରରେ ଆଜି ମଙ୍ଗଳପୁର ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ଶ୍ରୀମତୀ ଲିନା ଦାସଙ୍କ ଅଧକ୍ଷତାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ SHG ମା, କିଶୋରୀ ବାଳିକା, PRIs ସଦସ୍ୟମାନେ ଓ ନୀତି ଆୟୋଗର ଡିଭେଲପମେଣ୍ଟ ସଂସ୍ଥା Piramal Foundation ର କର୍ମକର୍ତ୍ତା ମାନସ ପ୍ରଧାନ, କରୁଣା ଫେଲୋ ମଧୁସ୍ମିତା ମହାନ୍ତି, ଏବଂ AFC ପ୍ରତିଭା ମହାପାତ୍ର ଓ ଆରତୀ ଭୋଇ ଉପସ୍ଥିତ ଥିଲେ।ସରପଞ୍ଚ ଲିନା ଦାସ ରଜ ପର୍ବର ଗୁରୁତ୍ୱ, ଏହାର ଆଧୁନିକ ସନ୍ଦେଶ, ଓ ମାନବୀୟ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ। ତାପରେ Piramal Foundation ର ମାନସ ପ୍ରଧାନ ରଜ ପର୍ବର ଐତିହାସିକ ପୃଷ୍ଠଭୂମି, ପରମ୍ପରା, ଓ ଆଧୁନିକ ସମାଜରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା (ଜାଣିବା ଓ କୌଶଳ ଭିତ୍ତିକ) ଆୟୋଜିତ ହୋଇଥିଲା, ଯେଉଁଥିରେ ବିଜେତାମାନେ ପୁରସ୍କୃତ ହୋଇଥିଲେ। ସରପଞ୍ଚ ଓ Piramal Foundation ର ପକ୍ଷରୁ ବିଜେତା ବାଳିକାମାନେ ପୁରସ୍କାର ଗ୍ରହଣ କରିଥିଲେ।ସମାରୋହର ଅନ୍ୟତମ ଆକର୍ଷଣ ଥିଲା କିଶୋରୀ ବାଳିକାମାନେ ପାଇଁ ସାନିଟାରି ପ୍ୟାଡ ବଣ୍ଟନ, ଯାହା ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସମାରୋହର ଶେଷରେ କରୁଣା ଫେଲୋ ମଧୁସ୍ମିତା ମହାନ୍ତି ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରିଥିଲେ।



