ପୋଖରୀରେ ବୁଡି ଯୁବକ ମୃତ, ୨୪ଘଣ୍ଟା ପରେ ମୃତଦେହ ଉଦ୍ଧାରକଲା ଅଗ୍ନିଶମବିଭାଗ
କେନ୍ଦୁଝର ଜିଲ୍ଲାରେ ଅସାବଧାନତା ଯୋଗୁ ଗାଧୋଇବା ବେଳେ ପୋଖରୀରେ ବୁଡି ଯୁବକ ମୃତ ଗତକାଲି ବାରିଆଥାନା ଅନ୍ତର୍ଗତ ଅସନପାଟ ଢିପାସାହିର ଜଣେ ଯୁବକ ପୋଖରୀରେ ଗାଧୋଇବା ସମୟରେ ଗଭୀର ପାଣିରେ ବୁଡି ଯାଇଥିଲା। ପୋଖରୀରେ ଜଣେ ବୁଡି ଯାଇଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ୧୧୨କୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବାରିଆ ପୋଲିସ ଓ ଝୁମ୍ପୁରା ଅଗ୍ନିଶମ ବିଭାଗ ପହଞ୍ଚି ଥିଲେ । ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କୁ ଉଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରି ପୋଖରୀ ପାଣି ଭିତରେ ପଶି ଖୋଜା ଖୋଜି କରିଥିଲେ ସ୍ଥାନୀୟ କିଛି ଯୁବକ ଓ ଅଗ୍ନି ସମ ବିଭାଗ ଯବାନ। ଦୀର୍ଘ ସମୟ ଖୋଜାଖୋଜି ପରେ ମଧ୍ୟ ଗତକାଲି ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ରାତି ହେବାରୁ ଖୋଜିବା କାମ ବନ୍ଦ ରଖିଥିଲ ଅଗ୍ନିସମ ବିଭାଗ କର୍ମଚାରୀ। ଆଜି ସକାଳୁ ପୁଣି ଅଗ୍ନିଶମ ବିଭାଗ ର ଯବାନ ମାନେ ପୋଖରୀ ଭିତରେ ଦୀର୍ଘ ସମୟଧରି ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଅସନପାଟ ଢିପାସାହିର ବ୍ରହ୍ମାନନ୍ଦ ନାଏକ । ଏନେଇ ପୋଲିସ ପକ୍ଷରୁ ବାରିଆଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବାସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



