ଭାରତୀୟ ଜାତୀୟ କଂଗ୍ରେସ ତାଳଚେର ନିର୍ବାଚନମଣ୍ଡଳୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ଜାତୀୟ କଂଗ୍ରେସ ତାଳଚେର ନିର୍ବାଚନମଣ୍ଡଳୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ତାଳଚେରବାସୀଙ୍କୁ ପ୍ରତାରଣା କରିଛନ୍ତି ବିଜେପି ଓ ବିଜେଡି୧୫ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ବିରାଟ ଜନଆନ୍ଦୋଳନ କରିବ ତାଳଚେର କଂଗ୍ରେସତାଳଚେର,୧୬/୬: ଦୀର୍ଘ ୨୫ ବର୍ଷ ଧରି ବିଜେପି ଓ ବିଜେଡି ଦଳ ମିଳିତ ସରକାରଙ୍କୁ ତାଳଚେରବାସୀ ନିଜର ସମର୍ଥନ ଅବ୍ୟାହତ ରଖିବା ସତ୍ୱେ ତାଳଚେରବାସୀଙ୍କ ସମୁହ ସ୍ୱାର୍ଥକୁ ମିଳିତ ସରକାର କୁଠାରଘାତ କରି ଆସୁଛନ୍ତି । ତାଳଚେରବାସୀଙ୍କ ଦୀର୍ଘ ଦିନର ସପ୍ନ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କଂଗ୍ରେସ୍ ଦ୍ୱାରା ଆରମ୍ଭ ହୋଇଥିବା ବେଳେ ବିଜେପି-ବିଜେଡି ସରକାର ଟାଳଟୁଳ ନୀତି ଅବଲମ୍ବନ କରି ବାରମ୍ବାର ଉଦ୍‌ଘାଟନ କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ତାଳଚେରବାସୀଙ୍କୁ ସାସ୍ଥ୍ୟ ସେବା ମିଳିଲା ନାହିଁ କିମ୍ବା ମେଡିକାଲ୍ କଲେଜ୍ ର ପାଠ୍ୟକ୍ରମ ଆରମ୍ଭ ହୋଇପାରିଲା ନାହିଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ଲୋକ ପ୍ରତିନିଧ୍ୱଙ୍କର ମିଳିତ ଚକ୍ରାନ୍ତରେ ପବିତ୍ର ମୋହନ ମେଡିକାଲ୍ କଲେଜ୍ ଟି ଅନୁଗୋଳକୁ ସ୍ଥାନାନ୍ତରିତ ହେବାକୁ ଯାଉଛି । ଏହା ତାଳଚେର ପାଇଁ ଦୁର୍ଭାଗ୍ୟ ଓ ଦୁଃଖଦ ବିଷୟ ।

ତାଳଚେରରୁ ଏଡିଏମ୍ ଅଫିସ୍‌, ଆଡିସିନାଲ୍ ଏସ୍‌.ପି. ଅଫିସ୍ ବନ୍ଦ କରି ଦିଆଗଲା । ମେଡିକାଲ୍ କଲେଜ୍ ର ନାମ ପରିବର୍ତନ କରାଗଲା । ବ୍ଲାକ୍ ଡାଇମଣ୍ଡ ପାଠାଗାର ମ୍ୟୁଜିୟମକୁ ଓ ରାଣୀପାର୍କର ଉନ୍ନତି ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ବତର୍ମାନ ଡିଆଇଜି ଅଫିସକୁ ଅନୁଗୋଳକୁ ଉଠାଇ ନେବାର ଚକ୍ରାନ୍ତ ଚାଲିଛି । ଫଳରେ ତାଳଚେର ଆଜି ଶ୍ରୀହୀନ ହୋଇପଡ଼ିଛି । ତାଳଚେରରେ ପ୍ରଦୁଷଣ,ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପାନୀୟ ଜଳ ସମସ୍ୟା,ନାରୀ ନିର୍ଯ୍ୟାତନା,ନିଶା କାରବାର ଆଦି ବଢ଼ି ଚାଲିଛି । ବର୍ତମାନର ଶାସକ ଦଳର ନେତା ଓ ମନ୍ତ୍ରୀଙ୍କର ତାଳଚେର ପ୍ରତି ସାମାନ୍ୟତମ ଦରଦ ନାହିଁ ବୋଲି ଆଜି ଭାରତୀୟ ଜାତୀୟ କଂଗ୍ରେସ ତାଳଚେର ନିର୍ବାଚନମଣ୍ଡଳୀ ପକ୍ଷରୁ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ କୁମାର ଦାସ ଅଭିଯୋଗ କରିଛନ୍ତି । କଂଗ୍ରେସର ଅଭିଯୋଗ ଅନୁସାରେ ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଗତିପଥ ପରିବର୍ତନ କରାଗଲା ଏବଂ ତାଳଚେର ଅଂଚଳର କୌଣସି ରାସ୍ତାଘାଟର ଉନ୍ନତି କରାଯାଉ ନାହିଁ ।

ସହରର ଚତୁର୍ଦ୍ଦିଗରେ ରେଳ ଲାଇନ୍ ଛନ୍ଦି ହୋଇଥିବା ବେଳେ ଗୋଟିଏ ମଧ୍ୟ ଓଭରବ୍ରିଜ୍ କରାଗଲା ନାହିଁ । ତେଣୁ ସାଧାରଣ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେବା ସହିତ ହଜାର ହଜାର କୋଇଲା ଟ୍ରକ୍ ଚାଲୁଥିବା ବେଳେ ଦୈନନ୍ଦିନ ଅନେକ ଦୁର୍ଘଟଣା ଘଟିବା ସହିତ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ତାଳଚେର ଓ ଆଖପାଖ ଅଂଚଳରୁ ଭିଟାମାଟି ହରାଉଥିବା ତଥା ବିସ୍ଥାପିତ ଜନସାଧାରଣଙ୍କୁ ଉପଯୁକ୍ତ ଥଇଥାନ କରାଯାଉ ନାହିଁ । ସ୍ଥାନୀୟ ବେକାରଙ୍କୁ କୌଣସି ନିଯୁକ୍ତି ସୁବିଧା ଦିଆଯାଉ ନଥିବା ବେଳେ ଏଠାରେ ଥିବା ଏମ୍‌.ସି.ଏଲ୍‌. ଓ ଅନ୍ୟାନ୍ୟ ଘରୋଇ କଂପାନୀ ଗୁଡିକରେ ବାହାର ଲୋକଙ୍କୁ ନିଯୁକ୍ତି ମିଳୁଛି । ନିର୍ବାଚିତ ବିଧାୟକ ଓ ସାଂସଦ ସେମାନଙ୍କୁ ସୁରକ୍ଷା ଦେଉଥିବାର ନଜିର ରହିଥିବାବେଳେ ଅଂଚଳବାସୀଙ୍କୁ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ । ଏନ୍‌.ଟି.ପି.ସି. ଓ ନାଲକୋର ପାଉଁଶ ଆଣି ତାଳଚେରର ବିଭିନ୍ନ ଗ୍ରାମାଚଂଳ ଓ ନଦୀନାଳରେ ପକାଉଥିବାରୁ ଏଠାରେ ପାଣି ବିଷାକ୍ତ ହେଉଛି । ଏହାଦ୍ୱାରା ତାଳଚେରରେ ଅନେକ ମାରାତ୍ମକ ରୋଗ ଦେଖାଦେଲାଣି । ଏହା ସତ୍ୱେ ତାଳଚେର ସହର ଓ ଗ୍ରାମାଚଂଳର ଜନସାଧାରଣଙ୍କ ନିମନ୍ତେ ପିଇବା ପାଣି ଯୋଗାଇଦେବା ଉଦ୍ଦେଶ୍ୟରେ ଗୋଟିଏ ମଧ୍ୟ ୱାଟର ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ ହୋଇପାରି ନାହିଁ । ତାଳଚେର ସ୍ଥିତ ମା’ ତାଳେଶ୍ୱରୀ ଠାକୁରାଣୀଙ୍କ ଠାରୁ ହିଙ୍ଗୁଳା ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ରେଭେନ୍ୟୁ ରୋଡ୍ ନାହିଁ । ପୂର୍ବରୁ ଥିବା ପୁରୁଣା ରାସ୍ତାର ଅର୍ଦ୍ଧାଧିକ ଅଂଚଳ ଖଣି ଗର୍ଭରେ ଲୀନ ହୋଇଯାଇଛି ।

ଏହା ସତ୍ୱେ ତାଳଚେରବାସୀଙ୍କ ଯାତାୟତ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ସାଧନତାର ବହୁ ପୂର୍ବରୁ ତାଳଚେରରେ ରେଳ ଲାଇନ୍ ଓ ରେଳ ଷ୍ଟେସନ୍ ଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ତାଳଚେର ଷ୍ଟେସନକୁ ସମସ୍ତ ରେଳ ଚଳାଚଳ କରୁ ନାହିଁ । କଂଗ୍ରେସ୍ ସମୟରେ ପ୍ରସ୍ତାବିତ ତାଳଚେର-ସମ୍ବଲପୁର ରେଳ ସଂଯୋଗକୁ ନିର୍ଦ୍ଧାରିତ ସର୍ଭେ ହୋଇଥିବା ପଥରେ କାର୍ଯ୍ୟକାରୀ ହେଲା ନାହିଁ । ଯାହା ଫଳରେ ତାଳଚେରବାସୀଙ୍କୁ ଲୁପ୍ ଲାଇନ୍ ବା ୱାଇ ଲାଇନ୍ ଆଖ୍ୟା ଦେଇ ଭୁଆଁ ବୁଲାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକରଙ୍କର ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ସାଧାରଣ ଜନତା ଆବଶ୍ୟକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ବେଟି ବଂଚାଅ-ବେଟି ପଢ଼ାଓ ନାରା ସଂପୂର୍ଣ୍ଣ ବିଫଳ ହୋଇଛି । ସୁଭଦ୍ରା ଯୋଜନାରେ ନାରୀଙ୍କୁ ସହାୟତା ଦେବା ପରିବର୍ତେ ତାଳଚେର ସୁଭଦ୍ରା ଯୌନ ପିପାଶୁ ବ୍ୟକ୍ତିମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହିପରି ଭାବରେ ସାରା ରାଜ୍ୟରେ ତଥା ଦେଶରେ ଅନେକ ସୁଭଦ୍ରା ଅକାଳେ ପ୍ରାଣ ହରାଉଛନ୍ତି । ତାଳଚେରବାସୀଙ୍କ ଏକାନ୍ତ ଆବଶ୍ୟକ ହେଉଥିବା ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କୁ ତାଳଚେର ଠାରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ । ନିଯୁକ୍ତ ହୋଇଥିବା ବିଶେଷଜ୍ଞ, ଡାକ୍ତର ମାନଙ୍କୁ ଏଠାରେ ଜନସାଧାରଣଙ୍କ ସେବା ନିମନ୍ତେ କାର୍ଯ୍ୟ ଭାର ଦିଆଯାଉ । ଏଥିନିମନ୍ତେ ସରକାର କୌଣସି ପ୍ରତିଶୃତି ତୁରନ୍ତ ନଦେଲେ ଆଗାମୀ ୧୫ ଦିନ ପରେ ବିରାଟ ଜନଆନ୍ଦୋଳନ ଓ ଧର୍ମଘଟ ତାଳଚେର କଂଗ୍ରେସ୍ ତରଫରୁ କରାଯିବ । ପରବର୍ତି ସମୟରେ କୌଣସି ଆଇନ୍ ବିଶୃଙ୍ଖଳା ପରିସ୍ଥିତି ଦେଖା ଦେଲେ ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଦାୟୀ ରହିବେ ବୋଲି ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି । ବିଧାୟକ ପ୍ରାର୍ଥୀ ତଥା ତାଳଚେର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ରାଣୀ ଧୀର,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଜିନେସ ସାହୁ,ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଗଡ଼ନାୟକ, କେଶବ ଭୂତିଆ,ଦାଶରଥି ସାହୁ,ବିରଂଚି ଧର,ହରେକୃଷ୍ଣ ମହାପାତ୍ର,ଗଣପତି ସାହୁ,ସୈାମ୍ୟ ସଞ୍ଜୀବ ମିଶ୍ର, ଗିରିଜା ଶଙ୍କର ମିଶ୍ର,ସନ୍ତୋଷ ମହାରଣା,ପୁଷ୍ପକ ସ୍ୱାଇଁ,ଧୀରେନ ସାହୁ,ସଞ୍ଜୟ ସଂଖାରି,ସଂଗ୍ରାମ କେଶରୀ କୁଅଁର,ଡିଲେଶ୍ୱର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech