ରାଜରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିଲା ନାଲକୋ ବସ ରହଣୀ ବିଶ୍ରାମ ଗୃହ – ଏବେ ଯାତ୍ରୀ ମାନଙ୍କ ପାଇଁ ସ୍ଥାୟୀ ବିଶ୍ରାମ ଗୃହ ଦାବୀ
ନାଲୋନଗରରେ – ନାହିଁ ନାହିଁରେ ଚାଲିଛି ନାଲକୋ ଟାଉନସିପ୍ ବସଷ୍ଟାଣ୍ଡନା ଅଛି ପାଣି, ନା ଅଛି ଶୌଚାଳୟ ନା ବିଶ୍ରାମାଗାର ।ଯାତ୍ରୀମାନେ ଖରାରେ ସିଜୁଛନ୍ତି ଓ ବର୍ଷାରେ ଭିଜୁଛନ୍ତି । ଅନୁଗୋଳ ନାଲକୋ ବସ୍ ଷ୍ଟାଣ୍ଡ୍ରେ ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ଯାତ୍ରୀମାନେ ଖରାରେ ସିଝୁଛନ୍ତି ଏବଂ ବର୍ଷାରେ ଭିଜୁଛନ୍ତି।ଅନୁଗୋଳ ଜିଲ୍ଲାରେ ଗଢ଼ି ଉଠିଛି ଏସିଆ ମହାଦେଶର ବୃହତ ଆଲୁମିନିୟମ ପ୍ଲାଣ୍ଟ । ଏହା ପୁଣି କଟକ, ସମ୍ବଲପୁର ୫୫ନଂ ଜାତୀୟ ରାଜପଥ କଡରେ । ପ୍ଲାଣ୍ଟ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରୁଛନ୍ତି । କିନ୍ତୁ ବଡ ଦୁଃଖର ବିଷୟ ନାଲକୋ ଟାଉନସିପି ଛକ ଠାରେ ନାହିଁ ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ଗୃହ, ପାଣି ଓ ଶୌଚାଳୟ। ଫଳରେ ଯାତ୍ରୀମାନେ ଖରା ବର୍ଷାରେ ରାସ୍ତା କଡରେ ଛିଡ଼ା ହୋଇ ହନ୍ତସନ୍ତ ହେଉଛନ୍ତି । ୨୦ ବର୍ଷ ତଳେ କାଣ୍ଡସର ଗ୍ରାମର ସମାଜସେବୀ ବିଷ୍ଣୁ ଚରଣ ବେହେରା ଓ କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉଦ୍ୟମରେ ନାଲକୋ ଛକଠାରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଯାଇଥୁଲା I କିନ୍ତୁ ଚାରି ବର୍ଷ ତଳେ କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ଉକ୍ତ ବିଶ୍ରାମ ଗୃହଟିକୁ ଭାଙ୍ଗି ଦେଲେ । ଉକ୍ତ ବସଷ୍ଟାଣ୍ଡ ଉପରେ ନାଲକୋ କଲୋନୀ ବାସିନ୍ଦା ଅଧିକ ମାତ୍ରାରେ ନିର୍ଭରଶୀଳ ହେଉଥିବାରୁ ନାଲକୋ ପ୍ରଶାସନ ପକ୍ଷରୁ ଦୁଇ ବର୍ଷ ହେଲା ଲକ୍ଷାଧିକ ଟଙ୍କା ବ୍ୟୟ ରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ହୋଇଥିଲା । କିନ୍ତୁ ଏହା ଜାତୀୟ ରାଜପଥ ଠାରୁ ଦୂରରେ ଅବସ୍ଥିତ । ସେଠାକୁ ରାସ୍ତା ନ ଥିବା ଫଳରେ ଉକ୍ତ ଗୃହଟି ଲୋକଙ୍କ ସେବାରେ ଲାଗିପାରୁ ନାହିଁ । ଯାହା କେବଳ ଅସାମାଜିକ ବ୍ୟକ୍ତି ମାନଙ୍କ ନିଶାସେବନ ଓ ଅନୈତିକ କାର୍ଯ୍ୟ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି | ରାସ୍ତାର ଚଉତା କମ୍ ଥିଲା ବେଳେ କିଛି ଅସାଧୁ ବ୍ୟବସାୟୀ ଦୋକାନ କରି ଛକକୁ ମାଡି ବସିଥିବା ବେଳେ ଆଉ କିଛି ବ୍ୟବସାୟୀ ଦୋକାନର ଅଳିଆ ଆବର୍ଜନା ଛକରେ ପକାଇ ଅପରିସ୍କାର କରୁଛନ୍ତି।ନାଲକୋ ଛକ ବସ ଷ୍ଟାଣ୍ଡରୁ କଟକ, ଭୁବନେଶ୍ୱର, କଲିକତା, ଟାଟା, ସମ୍ବଲପୁର ସହ ବିଭିନ୍ନ ସ୍ଥାନକୁ ଯିବା ପାଇଁ ପ୍ରତିଦିନ ଶହଶହ ଯାତ୍ରୀ ଅପେକ୍ଷା କରୁଛନ୍ତି । ଏଣୁ ଏଠାରେ ଏକ ଯାତ୍ରୀ ବିଶ୍ରାମଗୃହ ନିର୍ମାଣ କରିବା ସହ ରାତ୍ରୀ ସମୟରେ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।ଅନୁଗୋଳ ରୁ ସୁଧାକର ସାହୁ



