ବରଗଡ଼ ଜିଲ୍ଲାପାଳ ଅଫିସ୍ ଘେରିଲେ ଚାଷୀ, ଚାଷୀ ସଂଗଠନଙ୍କ ଖୋଲା ଚେଲେଞ୍ଜ -ସମାଧାନ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବୁ

ବରଗଡ:୧୯/୬(ପବିତ୍ର ମେହେର) ବରଗଡ ଜିଲ୍ଲାରେ ମୌସୁମୀ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଭିଜି ନଷ୍ଟ ହେଉଥିବା ବେଳେ ମଣ୍ଡିରେ ଆଉ ଧାନ ରଖାଯିବ ନାହିଁ ନିଷ୍ପତ୍ତିକୁ କଟା ଘାରେ ଚୂନ ଦେଲା ଭଳି ଅନୁଭବ କରି ସ୍ୱତପ୍ରବୃତ୍ତ ଭାବେ ଅତାବିରା,ଜାଂଗେଡ଼, ପାହାଡଶ୍ରୀଗୀଡା, ମନାପଡା, ଗୋଡ଼ଭଗା, ଲହଣ୍ଡା, କାଠଡେରା, ଭେଡେନ ବ୍ଲକ ଋଷୁଡ଼ା, ପପଙ୍ଗା, ଲରମ୍ଭା, କୁଲୁଣ୍ଡା, ପତ୍ରାପାଲି, ମହଲେ, ଅର୍ଜୁଣ୍ଡା, ବରଗଡ଼ର ଚକରକେନ୍ଦ, ଭଟଲିର ଜଡ଼ା ମଣ୍ଡିରୁ ଶହଶହ ଚାଷୀ ଆସି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଧାରଣାର ନେତୃତ୍ୱ ଓଡିଶା ରାଜ୍ୟ କୃଷକ ସଂଗଠନ ନେଇଥିବା ବେଳେ ସଂଯୁକ୍ତ କୃଷକ ସଂଗଠନ ସହଯୋଗ କରିଥିଲା। ଦୀର୍ଘ ୮ ଘଣ୍ଟା ଧାରଣା ପରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ସିଏସଓ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଧାରଣା ସ୍ଥଳ କୁ ଆସି ଚାଷୀମାନଙ୍କ ଦାବୀ ଶୁଣିଥିଲେ। ତେବେ ସିଏସଓଙ୍କ ଯୁକ୍ତିରେ ରାଗି ଯାଇଥିଲେ ଚାଷୀ ନେତା ରମେଶ ମହାପାତ୍ର lଚାଷୀ ନେତାଙ୍କ ଗର୍ଜନରେ ଥରି ଉଠିଥିଲା ବରଗଡ କଲେକ୍ଟର ଅଫିସ l

ସାଧାରଣ ଲୋକଙ୍କ ପାଇଁ ଅଫିସର କାମ କରିବା ବଦଳରେ ଧାନ ଦଲାଲ ଙ୍କ କାମ ଓ ସ୍ୱାର୍ଥ କରୁଛନ୍ତି ବୋଲି କହିବାକୁ ପଛାଇ ନ ଥିଲେ ଚାଷୀ ନେତା। ଏହାପରେ ପଞ୍ଚିକୃତ ସମସ୍ତ ଚାଷୀଙ୍କ ଧାନ ମଣ୍ଡିରେ ଗ୍ରହଣ କରାଯିବ, ଧାନ କିଣା ଦୁରାନ୍ମିତ କରାଯିବ ଏବଂ କାହାରି ଟୋକନ ଲେପ୍ସ ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି। ଯଦି ଶୁକ୍ରବାର ଦିନ ପର୍ଯ୍ୟନ୍ତ ଧାନ କିଣା ଠିକଠାକ ନ ଚାଲେ ତାହାହେଲେ ପୁଣି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଶନିବାର ଦିନ ଠାରୁ ସଂଗଠନ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବା ସହିତ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କରିଛନ୍ତି। ଧାରଣା ରେ ବିଭିନ୍ନ ବ୍ଲକ ର ଚାଷୀ ମାନଙ୍କ ସହ ଟିକେଲାଲ ମିଶ୍ର, ବିଦ୍ଧଦେବ ନନ୍ଦ, ସୁରେଶ କର୍ଣ୍ଣ, ଅମୁଲ୍ୟ ସ୍ୱାଇଁ, ପି ସଦ ବାବୁ, ପାପା ରାଓ ଚୌଧୁରୀ, କୁଷ୍ଠ ବାବୁ, ସେନାପତି ଧର, ପ୍ରତାବ ଗଡତିଆ, ଲେଲିନ ପଧାନ,ଭୁବନ ପଧାନ, ସୁବାସ ବିଶ୍ୱାଳ, ରବିଶଙ୍କର ପଧାନ, ସୁରେଶ ନିକେଣ୍ଟି,ରମେଶ ମହାପାତ୍ର ନେତୃତ୍ୱ ନେଇଥିଲେ।




