ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ
ଅନୁଗୋଳ,ତା.୨୪.୦୬:- ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସହାୟତାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା । ବନ୍ୟା,ବାତ୍ୟା, ବଜ୍ରପାତ ଆଦି ପ୍ରକୃତିକ ବିପର୍ଯ୍ୟୟର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯାଇଥିଲା । ସମସ୍ତ ସମ୍ପୃକ୍ତ ଅଧୀକାରୀମାନେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପୂର୍ବ,ପର ସେମାନଙ୍କ ଦାୟିତ୍ବ ଓ କର୍କତ୍ତବ୍ୟ କଣ ରହିଛି ତାହାର ଆଲୋଚନା କରାଯାଇଥିଲା । ଏହି ଅଭ୍ୟାସରେ ଏନ୍ ଡି ଆର ଏଫ୍ ଓ ଅଗ୍ନିଶମ ବିଭାଗ ଦ୍ବାରା ବିପର୍ଯ୍ୟୟ ସମୟରେ ବ୍ୟବହୃତ ସମସ୍ତ ଆନୁସଙ୍ଗିକ ପନ୍ତ୍ରପାତି କିପରି ପରିଚାଳନା କରାଯିବ ତାର ପ୍ରଦର୍ଶନ କରିଥିଲେ ।ଲୋକମାନଙ୍କୁ ବିପର୍ଯ୍ୟୟରୁ ଯେପରି ପୂର୍ଣ୍ଣ ସୁରକ୍ଷା ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜ ବିଭାଗୀୟ ବିଭାଗ ଓ ଦାୟିତ୍ବ କର୍ତ୍ତବ୍ୟର ଅନୁପାଳନକୁ ସୁନିଶ୍ଚିତ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢିକରଣ କରିବା, ଆଶ୍ରୟସ୍ଥଳୀ ପରିଚାଳନା, ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସୁପରିଚିତ କରାଇବା ଏହି ଅଭ୍ୟାସର ମୁଳ ଊଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ଊପ ଆରକ୍ଷୀ ଅଧକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ବାଗ, ଏନ୍ ଡି ଡଆର ଏଫର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଶ୍ରୀ ବରଧମାନ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରିଣୀ (ପ୍ରବର୍ତ୍ତନ) ଶ୍ରୀମତୀ ପ୍ରିୟମ୍ବଦା ସ୍ବାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ପ୍ରତିଭା ବାରିକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁପ୍ରଭା ସେଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରତାପ କୁମାର ପଟ୍ଟନାୟକଙ୍କ ସମେତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧୁକାରୀ ପ୍ରମୁଖ ଉପସ୍ଥିତ ଥିଲେ ।



