*ଜନତା ହାଇସ୍କୁଲରେ ସର୍ପଦଂଶନ ମୃତ୍ୟୁ ନ୍ୟୂନୀକରଣ କାର୍ଯ୍ୟକ୍ରମ*

ବରଗଡ଼ (ପବିତ୍ର ମେହେର): ବାଲ୍ୟାବସ୍ଥାରୁ ସର୍ପଦଂଶନର ପ୍ରତିରୋଧ, ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସୂଚନା ଦେବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧୀନସ୍ଥ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବିଷୟରେ ସୂଚନା ଦେଇଥିଲେ।ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ବିଷାକ୍ତ ସାପମାନଙ୍କ ପରିଚୟ, ସର୍ପ ଦଂଶନରେ ପ୍ରାଥମିକ ଚିକିତ୍ସା ଉପରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାଧେଶ୍ୟାମ ବାରିକ, ତେଜରାମ ସା,ବୋଧରାମ ବିଶ୍ୱାଳ, ଈଶ୍ୱର ପଧାନ,ଶ୍ରୀପତି ସାହୁ,ସୁବାସ ଚନ୍ଦ୍ର ଖମାରୀ, ରଂଜିତ ସାହୁ, ଶାନ୍ତନୁ ମିଶ୍ର,ଅଙ୍କିତ ମହନ୍ତ,ପ୍ରକାଶ ପଧାନ,ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ଅନୀତା ପଧାନଙ୍କ ସମେତ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍ ଓ ଜୁନିଅର ରେଡକ୍ରସର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





