ଅନୁଗୋଳ – ଜଣେ କଣ୍ଟ୍ରୋଲ ଦୋକାନୀ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ଯୋଗାଣ ନିରୀକ୍ଷକ ବବି ଲତା ବେହେରାଙ୍କୁ ୪ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହା ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଧାର୍ଯ୍ୟ ହୋଇଛି । ଯଦି ଜୋରିମନା ଅନାଦେୟ ହୁଏ ତେବେ ଆହୁରି ଅଧିକ ୩ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପୋଲରମୁଣ୍ଡା ଗ୍ରାମର ନିରୋଦ କୁମାର ସାହୁ ନାମକ କଣ୍ଟ୍ରୋଲ ଦୋକାନୀ ୨୯ ଏପ୍ରିଲ ୨୦୧୪ ରେ ନିରୋଦ ସାହୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ କି ୬୪ ହଜାର ଲିଟର କିରୋସିନି ବିଲ୍ ପାସ ପାଇଁ ଯୋଗାଣ ନିରୀକ୍ଷକ ବବି ଲତା ବେହେରା ୪୩ ହଜାର ଟଙ୍କା ଲାଞ୍ଚ ଦାବି କରିଛନ୍ତି । ଏଥିପାଇଁ ୩୦ ଏପ୍ରିଲରେ ବବିଲତାଙ୍କୁ ସେ ୪୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ।ଲାଞ୍ଚ ଟଙ୍କା ନିଜ ଭ୍ୟାନିଟି ବ୍ୟାଗ୍ ରେ ରଖିଥିବା ବେଳେ ଭିଜିଲାନ୍ସ ଚଢାଉ କରି ବବି ଲତାଙ୍କୁ ଗିରଫ କରି ତାଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏହି ମାମଲା ବିଗତ ୧୧ ବର୍ଷ ଧରି ଚାଲିଥିବା ବେଳେ ଭିଜିଲାନ୍ସ ସ୍ପେଶାଲ ଜଜ୍ ରାଜଲକ୍ଷ୍ମୀ ପଟ୍ଟନାୟକ ୮ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜୋରିମାନା ଟଙ୍କା ଦେବାରେ ଖିଲାପ ହେଲେ ଅଭିଯୁକ୍ତକୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାଏ ହୋଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

