ମେକ୍ସିକୋ ସିଟିରେ ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ମେକ୍ସିକୋ ସିଟିର ମେୟର ଏହି ଘଟଣା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଏହି ଘଟଣାକୁ “ଜରୁରୀକାଳୀନ” ବୋଲି ଉଲ୍ଲେଖ କରାଯାଇଛି। ଯେଉଁଥିରେ ୧୮ଟି ଗାଡ଼ି ଜଳିଯାଇଛି। ମେକ୍ସିକୋର ମେୟର ସୂଚନା ଦେଇଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି, ଏହା ମଧ୍ୟ ମନେ ହେଉଛି ଯେ ଗ୍ୟାସ୍ ଟ୍ୟାଙ୍କର୍କୁ ନେଇ ଯାଉଥିବା ଟ୍ରକଟି ହାଇୱେରେ ଓଲଟି ପଡ଼ିବା ପରେ ବିସ୍ଫୋରଣ ଘଟିଥିଲା।
ଏହି ଘଟଣାକୁ ନେଇ ଏକ ହୃଦୟଥରା କ୍ଲିପ୍ ମଧ୍ୟ ଅନଲାଇନରେ ଭାଇରାଲ ହୋଇଛି। ଗତକାଲି ଏହି ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରୁ ୧୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣଟି ମେକ୍ସିକୋ ସିଟିର ଇଜତାପାଲାପା, ଚାଲ୍କୋ ଓ ଇଗ୍ନାସିଓ ଜାରାଗୋଜାରେ ଥିବା ଜାତୀୟ ରାଜପଥ ନିକଟରେ ଘଟିଛି । ଏହି ଦୁର୍ଘଟଣା ଗତ ଏକ ସପ୍ତାହରେ ମେକ୍ସିକୋ ଜାତୀୟ ରାଜପଥରେ ଘଟିଥିବା ଦ୍ୱିତୀୟ ବଡ଼ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ୟାଙ୍କରଟି ଏଲ୍ପିଜି ଗ୍ୟାସରେ ଭର୍ତ୍ତି ହୋଇଥିଲା ।



