ଅନୁଗୋଳ- ତା 18/11/2025 ରିଖ ମଙ୍ଗଳ ବାର ଦିନ, ଟାଟା ଷ୍ଟିଲ ଆସ୍ପେୟାର ଆନୁକୁଲ୍ୟରେ, ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକର, ନୁଆହତା ପଞ୍ଚାୟତ ଅନ୍ତର୍ଗତ ତାଳବାହାଳ ଗ୍ରାମରେ ଶିଶୁ ସୁରକ୍ଷା ଓ ଅଧିକାର କୁ ନେଇ ଏକ ମହା ଅଭିଯାନ କରା ଯାଇଥିଲା। ଏଥିରେ ଶିଶୁଙ୍କୁ କିଭଳି ସୁରକ୍ଷା ଦେବା, ତାର ଯତ୍ନ ନେବା ଓ ଭଲ ଶିକ୍ଷା ଦେଇ ଏକ ସୁ ନାଗରିକ ଗଠନ କରିବା,ବାଲ୍ୟ ବିବାହ ରୋକିବା, ବାଲ୍ୟ ଶ୍ରମ ରୋକିବା ତାରି ଉପରେ ଆଲୋଚନା କରାଯାଇ, ଲୋକ ସଚେତନତା ପାଇଁ ନାରା ଦେଇ ଏକ ଗ୍ରାାମ୍ୟ ଭ୍ରମଣ ଅଭିଯାନ କରା ଯାଇଥିଲା। ଉକ୍ତ ଅଭିଯାନରେ ମୁଖ୍ୟ ଅତିଥି ରୂପେ ତାଳବାହଳ ପ୍ରୋଜେକ୍ଟ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କଣ୍ଟେଶ୍ୱର୍ ନାୟକ ସାର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କ୍ଷୀରୋଦ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ନାଏକ, ଆଶା ଦିଦି ଭାନୁମତୀ ନାଏକ, ଅଙ୍ଗନବାଡ଼ି ଦିଦି ଜାନକି ନାଏକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସୁରକ୍ଷା ସମିତିର କର୍ମକର୍ତ୍ତା Cf ଶ୍ରୀମାନ ପ୍ରତାପ କୁମାର ବେହେରା, LF ଦୀପା ସ୍ମିତା ସାହୁ, GPCM ସୋନାଲି ସିଂହ, LEP ଟିଚର୍ କାଦମ୍ବିନୀ ନାୟକ, ଏଵଂ ଗ୍ରାମର SSG ମହିଳା ପୁରୁଷ ଏବଂ ଯୁବ ଯୁବତୀ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସୁଫଳ କରାଇଥିଲେ ଶେଷରେ ଶିଶୁ ସୁରକ୍ଷା ଓ ଅଧିକାର କୁ ନେଇ ଏକ ଶପଥ ପାଠ କରାଯାଇଥିଲା।

May 25, 2026/
No Comments


