ଏକଦିବସୀୟ ଆକଳନ ଶିବିର
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଜାତଳା, ଜାମଦା ଓ ରାଇରଙ୍ଗପୁର ଦିବ୍ଯାଙ୍ଗ ପିଲାମାନଙ୍କୁ ନେଇ ଉପକରଣ ପାଇବା ପାଇଁ ଯୋଗ୍ଯ ବିବେଚିତ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଆସିଥିଲେ I ସେମାନଙ୍କୁ ଆଲିମକୋରୁ ଆସିଥିବା ଡାକ୍ତରୀଦଳ ଡକ୍ଟର ଅମୂଲ୍ଯ ରତ୍ନା ଓ ଡକ୍ଟର ଇଶିତା ବିଶ୍ବାସ ପରୀକ୍ଷା କରି କାହାର କିଭଳି ଉପକରଣ ଆବଶ୍ଯକ ଚିହ୍ନଟ କରିଥିଲେ I ଏଥିରେ ମୋଟ ତିନୋଟି ବ୍ଲକର ୧୨୦ ଜଣ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ଯାମ ମୁର୍ମୁ ଓ ସିଆରସିସିଗଣ ଓ ରାଇରଙ୍ଗପୁର ବିଆରଟି ଶିକ୍ଷକ ମହୋଶ ଚନ୍ଦ୍ର ମହାପାତ୍ର, ଶିକ୍ଷୟତ୍ରୀ ସାଗରିକା ପଣ୍ଡା , ବିଜାତଳା ବିଆରଟି ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଓ ଜାମଦା ବିଆରଟି ଶିକ୍ଷକ ସତ୍ଯବାନ ଗିରି ପ୍ରମୁଖ ଉକ୍ତ କାର୍ଯ୍ଯରେ ଯୋଗ ଦେଇ ଶିବିରକୁ ପରିଚାଳନା କରିଥିଲେ I ଏଥିରେ ରଂଜନ କୁମାର ବେହେରା, ଚିତରଂଜନ ଦାସ, ମନୋଜ କୁମାର ସୋରେନ, ଅଜିତ ମଣ୍ଡଳ, ରଂଜନ ନନ୍ଦ, ଗଗନ ବିହାରୀ ବରାଳ ଓ ଦୁଲ୍ଲଭ ଚରଣ ପାତ୍ର ସହଯୋଗ କରିଥିଲେ I



