ଖମାର ଟୋଲ ଗେଟ୍ (NH-149) ସମ୍ପର୍କରେ ସମୀକ୍ଷା ବୈଠକ

ଅନୁଗୋଳ,ତା.୨୦. ତା.୨୦.୧୧: ପାଳଲହଡା ନିକଟସ୍ଥ NIT-149 ର ଖମାର ଟୋଲ୍ ଗେଟ୍ ସମ୍ପର୍କରେ ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ । ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗ ଦେଇଥିଲେ। ଏହି ବୈଠକରେ ଖମାର ଟୋଲ ଗେଟ୍ ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତ ଗୁଡିକର ବାସିନ୍ଦାମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିବା ଗାଡି ଉପରେ ବାରମ୍ବାର ଟୋଲ୍ ଦେବାକୁ ପଡ଼ୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେରଖି ଖମାର ଟୋଲ ଗେଟ୍ ନିକଟବର୍ତ୍ତୀ ପଞ୍ଚାୟତର ବାସିନ୍ଦାଙ୍କୁ ଅଣ ବ୍ୟବସାୟ ଗାଡି ଗୁଡିକରେ ଟୋଲ ଛାଡ କରିବା ପାଇଁ ଏନ୍ ଏନ୍.ଏଚ୍.ଏ.ଆଇ ଅଧୋକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନିମନ୍ତେ ଭବିଷ୍ୟତରେ ଟୋଲ ଗେଟ୍ଟିକୁ ଖମାରରୁ କଣ୍ଟିଆପୋଷି ବାହାରକୁ ସ୍ଥାନାନ୍ତର କରିବା ପାଇଁ ଏନ୍.ଏଚ୍.ଏ.ଆଇକୁ କୁହାଯାଇଛି, ଏହାଦ୍ବାରା ସ୍ଥାନୀୟ ଯାତ୍ରୀମାନେ ଉପକୃତ ଉପକୃତ ହେବେ। ଏହା ବ୍ୟତିତ ବୈଠକରେ NH-149 ର ଖମାରରୁ ପାଳଲହଡା ରାସ୍ତା ମରାମତି ଏବଂ * NH- 49 ଉପରେ ଥିବା ଓଭର ବ୍ରିଜ୍ ଓ ସର୍ଭିସ୍ ରୋଡ୍ ଯଥା ଶିଘ୍ର ଆଲୋକିକରଣ କରିବା ନିମନ୍ତେ ଏହି ବୈଠକରେ ଏନ୍ .ଏଚ୍.ଏ.ଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ପାଳଲହଡା ଉପ ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲ, ପାଳଲହଡା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସେଠୀ, ପାଲଲହଡା ତହସିଲଦାର ଆକାଂକ୍ଷା ମହାପାତ୍ର, ଭୂ-ଅର୍ଜନ ଅଧିକାରୀ ଏନ୍.ଏଚ୍.ଏ.ଆଇ ଶ୍ରୀ ମନ୍ମଥନାଥ ଦାସ, ତାଳଚେର ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ କୁମାର ପଟ୍ଟନାୟକ, ଜାତୀୟ ରାଜପଥର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।




