ପରଲୋକରେ ପରମାନନ୍ଦ
ଆବିର୍ଭାବ : ୨୦. ୧୦. ୧୯୩୮ତିରୋଧାନ : ୧୧. ୧୧. ୨୦୨୫
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ପରମାନନ୍ଦ ବେହେରା ଜଣେ ଶିକ୍ଷା ପ୍ରେମୀ ବ୍ୟକ୍ତିତ୍ୱ। ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ଗୋବିନ୍ଦପୁରର ପ୍ରତିଷ୍ଠାତା। ମଣିଷ ତିଆରି କାରଖାନା ସଦୃଶ୍ୟ ଏହି ଅନୁଷ୍ଠାନରୁ ଶିକ୍ଷା ଲାଭକରି ଅନେକ ଛାତ୍ରଛାତ୍ରୀ ଆଜି ଜଣେ ଭଲ ମଣିଷ ଭାବରେ ପରିଚିତ। ଶ୍ରୀ ବେହେରା କିଛି ମାସ ହେବ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିବା ବେଳେ ଗତ ନଭେମ୍ବର ମାସ ୧୧ ତାରିଖରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଆଖପାଖ ପାଞ୍ଚ ଟି ପଞ୍ଚାୟର ଲୋକଙ୍କ ଜନସମାଗମ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ତାଙ୍କର ଦେହାନ୍ତରେ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଓ ପରିବାର ଅମର ଆତ୍ମାର ସଦଗତି କାମନା କରିଛନ୍ତି।



