କେନ୍ଦୁଝରଜିଲ୍ଲାରେ ସି ଆଇ ଟି ୟୁ ଜିଲ୍ଲା କମିଟି ପକ୍ଷରୁ ପ୍ରତିବାଦସଭା
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ବଡ଼ବିଲ ଥାନା ଅନ୍ତର୍ଗତରେ ସି ଆଇ ଟି ୟୁ ଜିଲ୍ଲାକମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକି ସୂଚନା ରହିଛି ଆଜି ଟ୍ରେଡ ୟୁନିଅନ୍ ପକ୍ଷରୁ ସର୍ବ ଭାରତୀୟ ସ୍ତରରେ ଏହି ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ସି ଆଇ ଟି ୟୁ କମିଟିର ସଦସ୍ୟ ମାନେ ଇନ୍ଦ୍ରମଣି ବେହେରା ଙ୍କ ନେତୃତ୍ୱ ରେ ପ୍ଲାକ କାର୍ଡ ଧରି ଏକ ରାଲୀରେ ଆସି ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏହି ପ୍ରତିବାଦ ସଭା ମୁଖ୍ୟତଃ ଶ୍ରମିକ ବିରୋଧୀ ଓ କର୍ପୋରେଟ ସପକ୍ଷ ବାଦି, ଚାରୋଟି ଶ୍ରମ କୋଡ କୁ ରଦ୍ଧ କରିବାକୁ, ଚାଷୀର ସମସ୍ତ ଫସଲର ଏମ ଏସ ପି ର ଗ୍ୟାରେଣ୍ଟି ପ୍ରଦାନ ଇତ୍ୟାଦି ଦାବୀ ନେଇ ପ୍ରତିବାଦ ସଭା କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ ଏବଂ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ବଡ଼ବିଲ ତହସିଲଦାର ଙ୍କ ଜରିଆରେ ପ୍ରଦାନ୍ କରିବାକୁ ଆସି ତହସିଲ୍ କାର୍ଯ୍ୟାଳୟ ରେ ଉପସ୍ଥିତ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକ ମହୋଦୟ ଙ୍କୁ ପ୍ରଦାନ୍ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



