ତାଳଚେର ଫର୍ଟିଲାଇଜର ପକ୍ଷରୁ ପ୍ରେସ ମିଟ
ଟିଏଲ୍ଏଫର ଦୈନିକ ୨୨ସହ ମେଟ୍ରିକ୍ ଟନ୍ ଅମୋନିଆ ଓ ୩୮୫୦ ଟନ୍ ୟୁରିଆ ଉତ୍ପାଦନ ଲକ୍ଷ୍ୟ
ଅନୁଗୋଳ/ତାଳଚେର ,୨୫/୧୧/୨୦୨୫ : ଆଜି ତାଳଚେର ଫର୍ଟିଲାଇଜର ଲିମିଟେଡ, ସିଆଇଏଲ, ଗେଲ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲ ଫର୍ଟିଲାଇଜର , ଏଫ୍ସିଆଇଏଲ, ମିଳିତ ଉଦ୍ୟୋଗର ସହଭାଗିତାରେ (ଟିଏଫ୍ ଏଲ) ଭଞ୍ଜ ମଣ୍ଡପଠାରେ ଏକ ସାମ୍ବାଦିକ ’ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭିକ ପ୍ରଦୀପ ପ୍ରଜ୍ଜ୍ଵଳନ ମୁଖ୍ୟ ଅତିଥି ଭିଭେଟ୍ତିବସ୍ତବଙ୍କ ଦ୍ଵାରା ହୋଇଥିଲା। ଶ୍ରୀଯୁକ୍ତ ଏସ ପ୍ରଧାନ ଅତିଥି ପରିଚୟ କରିଥିଲେ, ଶପଥ ପାଠ ଓ ସମ୍ବିଧାନ ପ୍ରସ୍ତାବନା ପି କେ ରାଉତ୍ (ସିଏସ୍ଏଚ ଆର)ଙ୍କ ଦ୍ଵାରା କରାଇଥିଲେ। ପ୍ରୋଜେକ୍ଟ ଉପସ୍ଥାପନା ସିଭିଲ ସି ଏମ୍, ଏ କେ ଶତପଥୀ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିଏଫ୍ଏଲ ମାନେଜିଂ ନିର୍ଦ୍ଦେଶକ ଭିଭେକ ଶ୍ରୀବାସ୍ତବ ନିଜ ଅଭିଭାଷଣରେ ଉପସ୍ଥିତ ସାମ୍ବାଦିକ ମାନଙ୍କ ଉଦ୍ଧେଶ୍ୟରେ କହିଲେ ଯେ କୋଇଲା ଦହନ ଶିଳ ବାଷ୍ପୀୟ ଗ୍ୟାସରୁ ୟୁରିଆ ସାର ଉତ୍ପାଦନ ଲକ୍ଷ୍ୟ ରହିଛି। ଦୈନିକ ୭୬୬୫ ମେଟ୍ରିକ୍ ଟନ୍ କୋଇଲା ଇନ୍ଧନ ଭାବେ ବ୍ୟବହୃତ୍ ହେବ ଓ ସେଥିରୁ ଦୈନିକ ୩୮୫୦ ମେଟ୍ରିକ୍ ଟନ୍ ଆମୋନିଆ ମଧ୍ୟ ଉତ୍ପାଦିତ ହେବ । ବାର୍ଷିକ ୧୨ ପଏଣ୍ଟ ୭ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ସାର ଉତ୍ପାଦିତ ହୋଇ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟର ଆବଶ୍ୟତାଗୁଡିକ ପୂରଣ କରିବାରେ ସମର୍ଥ ହେବ।ଏହା ଭରତର ପ୍ରଥମ ପ୍ରାକୃତିକ ଗ୍ୟାସ ଦ୍ଵାରାଗ୍ୟାସ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ମ୍ୟାନେଜିଂ ଡାଇରେକ୍ଟର କହିଥିଲେ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ଵାରା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ, କୃଷକ ମାନଙ୍କୁ ସୁଲଭ ଦରରେ ୟୁରିଆ ସାର ଉପଲବ୍ଧ ହେବ। ଶିକ୍ଷା,ସ୍ବାସ୍ଥ୍ୟ,ରାସ୍ତା ଘାଟ ଉନତି କରଣ ସହିତ ପରିବେଶ ସୁରକ୍ଷା ପାଇଁ ପ୍ରଜ୍ୟାପ୍ତ ପରିଣାମ ବୃକ୍ଷ ରୋପଣ କରାଯିବ । କୋଇଲା ଆଶ୍ ବା ପାଉଁଶକୁ ଭଲଭାବରେ ଉପଯୋଗ କରାଯାଇ ରାସ୍ତା ନିର୍ମାଣ ଫ୍ଲାଏ ଆସ ନିର୍ମାଣ ପାଇଁ ବ୍ୟବହାର କରାଯିବ। ବ୍ରାହ୍ମଣୀ ନଦୀରୁ ଆବଶ୍ୟକ ୪୩୨୦୦ ଗ୍ୟାଲନ ପାଣି ବ୍ୟବାହାର ହେବ। ଦୈନିକ ୧୯୪୦ ମେଗାଓ୍ବାଟ ବିଦ୍ୟୁତ ବ୍ୟବହାର କରାଯିବା ସହିତ ପେପ କୋଟ ୧୦୬୫ ମେଟ୍ରିକ୍ ଟନ୍ ଓ ଲାଇମ୍ ୭୫୦ ମେଟ୍ରିକ୍ ଟନ୍ ଉତ୍ପାଦିତ ହେବ। ଭାରତକୁ ଆଉ ବୈଦେଶିକ ଏଲ ଏନ୍ ଜି ଓ ୟୁରିଆ ସାର ଆମଦାନୀ କରିବାକୁ ପଡ଼ିବ ନାହିଁ , ପ୍ଲାଣ୍ଟ ମୋଟ ୧୨, ୨୫୦ କୋଟି ଟଙ୍କାରେ ନିର୍ମାଣ ହେଉଛି ହାରାହାରି ୭୦ ଭାଗ କାର୍ଯ୍ୟ ସମାପ୍ତି ହୋଇଛି। କୋଇଲାକୁ ବାସ୍ପିକରଣ କରାଯାଇ ସେଥିରୁ ୟୁରିଆ ଗ୍ୟାସ ଓ ଏମିନିଆ ଗ୍ୟାସ୍ ଉତ୍ପାଦନ ହେବ।



