ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ
ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ମାସଡା ସ୍ଥିତ ବାସଭବନରେ ପ୍ରମିଳା ଦେବୀ ସହକାରୀ ଆବାସିକ ଉଦ୍ୟୋଗ୍ୟର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଏବଂ ସାଧାରଣ ଲୋକଙ୍କ ଦୁଃଖ ସୁଖର ସାଥି ଶିକ୍ଷାବିତ ପ୍ରଶାନ୍ତ କୁମାର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭଜନ ସମାରୋହ,ପ୍ରତିମୃତି ସ୍ଥାପିତ ଏବଂ ନାମଯଜ୍ଞ ଓ ଶୁଭାଧିବାସ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଗୁଡିକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରାଦ୍ଧ ଦିବସରେ ବିଶିଷ୍ଟ ବ୍ୟକ୍ତିତ୍ୱ ଯଥା ମହିଳା କମିଶନର ଭୁବନେଶ୍ୱର ର ପୃର୍ବତନ ସଦସ୍ୟା ତଥା ସମାଜସେବୀକା ସୁନନ୍ଦା ପତି, ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ସଭାପତି ଇଞ୍ଜିନିୟର ସୁଶାନ୍ତ କୁମାର ମିଶ୍ର,ଦିଲ୍ଲିପ କୁମାର ମିଶ୍ର, ନିତ୍ୟାନନ୍ଦ ରାଉତ,ପ୍ରଦୀପ କୁମାର ମଲ୍ଲୀକ, ସରୋଜ କୁମାର ସାହୁ ଏବଂ ସଙ୍ଗୀତଜ୍ଞ ମାଧବାନନ୍ଦ ଦାଶ ପ୍ରମୁଖ ଯୋଗଦେଇ ସ୍କୁତିଚାରଣ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ସୁଶାନ୍ତ କୁମାର ମିଶ୍ର,ଦିଲିପ କୁମାର ମିଶ୍ର,ପୁତ୍ର ପ୍ରତୀକ କୁମାର ମିଶ୍ର ପରିଚାଳନା କରିଥିଲେ।




