
ଆଜି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ପୂର୍ବାହ୍ନରେ ଗ୍ରାମ ସନ୍ନିକଟରେ ପ୍ରବାହିତ ପବିତ୍ର ବ୍ରାହ୍ମଣୀ ନଦୀ ଭୈରବୀ ଘାଟ ନିକଟରୁ ପାରମ୍ପରିକ ବୈଦିକ ରୀତିନୀତି ରେ ୧0୮ ରୁ ଉର୍ଦ୍ଧ କଳସ ପୂଜାର୍ଚନା କରାଯାଇ ବାଦ୍ୟ ସଂକୀର୍ତ୍ତନ ଘଣ୍ଟ ଦ୍ୱାରା ଆନନ୍ଦ ଉଲ୍ଲାସର ସହ ମହାସମାରୋହରେ କଳସ ଯାତ୍ରା ସମାପନ ହୋଇଥିଲା l କଳସ ଶୋଭାଯାତ୍ରାରେ କଙ୍କା ଗ୍ରାମର ଶତାଧିକ ମହିଳା ପୁରୁଷ ଭାଗ ନେଇଥିବାବେଳେ କର୍ତ୍ତା ପ୍ରେମାନନ୍ଦ ମହାମାନସିଂହ କର୍ତ୍ତୀ ପ୍ରମିଳା ମହାମାନସିଂହ, ପଣ୍ଡିତ ସିଦ୍ଧେଶ୍ୱର ମିଶ୍ର, ଚିତ୍ତରଞ୍ଜନ ମହାପାତ୍ର,ଶ୍ରୀକାନ୍ତ କୁମାର ନନ୍ଦ, ମନସୁମନ ମିଶ୍ର ତଥା ମନ୍ଦିର ପୂଜକ ହୃଦାନନ୍ଦ ପତି ପୂଜାକାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ, ଗ୍ରାମର ସଭାପତି ବୀରଞ୍ଚି ଇନ୍ଦ୍ରଜିତ ସିଂହ, ସମ୍ପାଦକ ଶରତ ସ୍ତମ୍ଭ, ପୂର୍ବତନ ଗ୍ରାମ ସଭାପତି ମେଘନାଦ ବଳିୟାର ସିଂହ, ସୁରେଶ ମାନସିଂ, ପବିତ୍ର ଇନ୍ଦ୍ରଜିତସିଂ, ନବୀନ ମାନସିଂ, ନରୋତ୍ତମ ମାନସିଂ, ବାଇଧର ଇନ୍ଦ୍ରଜିତ ସିଂ, ସନାତନ ତରାଇ, ସୁଧାଂଶୁ ବଳିୟାର ସିଂଙ୍କ ସମେତ ସମସ୍ତ କଙ୍କା ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଆଜିର ଅଧିବାସ କାର୍ଯ୍ୟ ସୁଚାରୁରୂପେ ସମାପନ ହୋଇଥିଲା,ତିନିଦିନ ଧରି ଏହି ପୂଜା ଚାଲିବ ବୋଲି ବିଶେଷ ଖବରରୁ ପ୍ରକାଶ।




