ଅଞ୍ଜୁ ମେହେର ଙ୍କୁ କେଲେଣ୍ଡାପାଲି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଶଂସା
ଅଦ୍ୟ ତା ୨୯/୧୧/୨୦୨୫ ଶନିବାର ଦିନ ଭଟଲି ବ୍ଳକ୍ ର କେଲେଣ୍ଡାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ର ଅଞୁ ମେହେର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ରେ ଗଣିତ ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିବାରୁ କେଲେଣ୍ଡାପାଲି ଗ୍ରାମରେ ଖୁସି ର ଲହରୀ ଖେଳିଯାଇଛି । ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଦାଶ ,ଗାଇଡ୍ ଶିକ୍ଷକ ଛନ୍ଦା ଚରଣ ଦେହେରୀ,ସି ଆର ସି ସି ସଞ୍ଜ ୟ ସାହୁ,ଏନ୍ ପି ଏସ ଶିକ୍ଷକ ସଂଘ ସଭାପତି ଯୋଗେଶ୍ୱର ପ୍ରଧାନ, ସମ୍ମାନୀତ ଅତିଥି ଅମ୍ବାଭୋନା ବ୍ଳକ୍ ମିଳିତ ଏନ୍ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସ୍ବାଧୀନ କୁମାର ସାହୁ,ଅବସର ପ୍ରାପ୍ତ ଶିକ୍ଷକ ରୂପାନନ୍ଦ ନାଏକ ଓ ସମସ୍ତ ଛାତ୍ରଛାତ୍ରୀ କୃତୀ ଛାତ୍ରୀ ଅଞୁ ମେହେର ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । କୃତୀ ଛାତ୍ରୀ ଅଞୁ ମେହେର ଙ୍କୁ ସ୍ବାଧିନ କୁମାର ସାହୁ, ଯୋଗେଶ୍ୱର ପଧାନ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆର ସି ସି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ ।



