*ଜନତା ସରକାରୀ ହାଇସ୍କୁଲରେ ଭୁକ୍ତାରେ ଅମ୍ବାଭୋନା ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସମାରୋହ ଓ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ*

(ବରଗଡ)::୦୩/୧୨ (ପବିତ୍ର ମେହେର)::ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅମ୍ବାଭୋନା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସମାରୋହ ଅବସରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ – ୨୦୨୫ ପାଳିତ ହୋଇଯାଇଛି।ଏହି ଅବସରରେଏବିଇଓ ଲାଲ ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡିଓ ଡଃ ଲଳିତ ବାଗ,ସ୍ଵତନ୍ତ୍ର ଅତିଥି ଭାବରେ ଅମ୍ବାଭୋନା ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ପ୍ରଶାନ୍ତ ପଣ୍ଡା,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ ଏବଂ ସମ୍ମାନିତ ଅତିଥି ଭାବରେ ଜନତା ହାଇସ୍କୁଲ ଭୁକ୍ତାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀ, ଅନ୍ତର୍ନିବେଶୀ ଶିକ୍ଷାର ବ୍ଲକ ସମ୍ବଳ ଶିକ୍ଷକ ରମେଶ ମେହେର ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାଗ ଭିନ୍ନକ୍ଷମମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ଯବହାର କରି ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କଲେ ନିଶ୍ଚିତ ଭାବରେ ଜୀବନରେ ସଫଳତା ଅର୍ଜନ କରିବେ ବୋଲି ମତବ୍ୟକ୍ତ କରିଥିଲେ।ଅତିଥିବୃନ୍ଦ ଚଳିତ ବର୍ଷ ମିଲିତ ଜାତିସଂଘ ସାଧାରଣ ପରିଷଦ ଦ୍ବାରା ନିର୍ଦ୍ଧାରିତ ଭିନ୍ନକ୍ଷମ ଦିବସର ବିଷୟ ବସ୍ତୁ” ସାମାଜିକ ପ୍ରଗତିକୁ ଆଗକୁ ନେବାପାଇଁ ଏକ ଭିନ୍ନକ୍ଷମ ଅନ୍ତର୍ଭୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା “ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଉପଲକ୍ଷେ ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ,ଚୌକି ବସା,ହାଣ୍ଡି ପିଟା ଓ ଜିଲାପି ରେସ୍ ଆଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।ଉଦଯାପନୀ ସମାରୋହରେ ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ପରିଚାଳନାରେ ଅନ୍ତର୍ନିବେଶୀ ଶିକ୍ଷାର ବ୍ଲକ ସମ୍ବଳ ଶିକ୍ଷକ ପ୍ରିୟ ରଞ୍ଜନ ଦୋରା, ସ୍ୱେଚ୍ଛାସେବୀ ସ୍ଵାଧୀନ ମେହେର, ହୃଷିକେଶ ପଧାନ ଓ ପରିକ୍ଷିତ କାଉଡ଼ି,ଅମୁଲ୍ୟ ଭୋଇ, ରାଜୁ ସିଂ,ଶାନ୍ତନୁ ମିଶ୍ର, ରଞ୍ଜିତ ସାହୁ,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ଓ ରାଜକୁମାରୀ ଭୁଏ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ଜନକରାମ ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ପୁନୀରାମ ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।




