ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ଢେଙ୍କାନାଳ – ଆଜି ତା-୦୩.୧୨.୨୦୨୫ ରିଖ ଢେଙ୍କାନାଳ ଜିଲ୍ଲା ସ୍ଥିତ ଗନ୍ଦିଆ ବ୍ଲକ୍ ଲାଉଲଇ ଠାରେ ସ୍ଵେଚ୍ଛାସେବୀ ସଂଗଠନ “ପ୍ରିୟ” ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି। ଏଥିରେ “ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର ବାରିକ ଭିନ୍ନକ୍ଷମ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ।ଉକ୍ତ ସଭାରେ ଫିଜିଓଥେରାପିଷ୍ଟ ନିବେଦିତା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଓ CP ପିଲାଙ୍କ ମାଆ ମାନଙ୍କୁ ଉଚିତ୍ exercise କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ଭିନ୍ନକ୍ଷମ ବାଳିକା ଭାଗ୍ୟଲକ୍ଷ୍ମୀ ନାୟକ କେକ କାଟି ଉଦ୍ଘାଟନ କରିଥିଲେ।ଆମ ସମସ୍ତଙ୍କର କର୍ତ୍ତବ୍ୟ ଭିନ୍ନକ୍ଷମ ଙ୍କ ସୁଖ ଦୁଃଖରେ ସାଥୀ ହୋଇ ସେମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଟଙ୍କଧର ବାରିକ ଆହ୍ବାନ ଦେଇଥିଲେ। ଭିନ୍ନକ୍ଷମ ମାନଙ୍କର ଆଭ୍ୟନ୍ତରିଣ ଗୁଣକୁ ପ୍ରକାଶିତ କରିବା ପାଇଁ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ , ଇଲନପ୍ରଭା ସେନାପତି , ସୌଭାଗ୍ୟଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, ସୋନାଲି ଧଳ, କୁସୁମିତା ବାଗ, ରୂପାଲି ପ୍ରଧାନ, ବର୍ଷରାଣୀ ପ୍ରଧାନ , ବୈକୁଣ୍ଠନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ,ପର୍ଶୁରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


