ବିଜ୍ଞାନମେଳା ଶିଶୁମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରେ *ବରଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାର ଦ୍ବିତୀୟ ଦିବସରେ ୧୮୨ ପ୍ରକଳ୍ପ ପ୍ରଦର୍ଶିତ*

ବରଗଡ଼ ୭/୧୨(ପବିତ୍ର ମେହେର)ବିଜ୍ଞାନମେଳା ଶିଶୁମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାର ଦ୍ବିତୀୟ ଦିବସରେ ବିଶିଷ୍ଟ ଅତିଥିଗଣ ମତ ପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁଙ୍କ ଅଧ୍ୟକ୍ଷତା ଓ ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଦ୍ବିତୀୟ ଦିବସର ବିଜ୍ଞାନ ମେଳା ଶୁଭ ଉଦଘାଟନ କରି ବିଜ୍ଞାନ ମେଳାର ଆୟୋଜନର ଆବଶ୍ୟକତା ଓ ଛାତ୍ରଛାତ୍ରୀଙ୍କୁ ପ୍ରତିଭାର ବିକଶିତ କରିବା ପାଇଁ ଉତ୍ସାହିତ କରିଥିଲେ ।ଏଥି ସହିତ ଜିଲ୍ଲାର ସାମଗ୍ରିକ ବିକାଶ ଉଦ୍ୟମ ଜାରି ରହିବ ବୋଲି ଉଲ୍ଲେଖ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ,ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ , ଏ ଡିଇଓ ସରୋଜ ଭୁଏ, ଏଡିଇଓ ବିନୟ କୁମାର ସୋଏ ,ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଓ ସାମ୍ବାଦିକ ବାଲାଜୀ ବିଭୁରଞ୍ଜନ ତରାସିଆ ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନର ବ୍ୟବହାରିକ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସର ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରୁ ୭୨ ,ସି ଇ ଏସ ରୁ ୫୦ ଏବଂ ଏସ ଡିଜି ରୁ ୬୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୮୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ସିଇଏସ ୨୦୨୫ରେ ବିଜେପୁର ବ୍ଲକର ଶ୍ରୀବନ୍ତ ସାହୁ,ଭଟଲି ବ୍ଲକର ଲିପ୍ସା ପଣ୍ଡା ,ଝାରବନ୍ଧ ବ୍ଲକର ନମିତା ସାହୁ ,ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବରପାଲି ବ୍ଲକର ଅଂଶୁମାନ ଦିଶ୍ରୀ,ଅତାବିରା ବ୍ଲକର ବର୍ଷା ମେହେର,ଗାଇସିଲେଟ ବ୍ଲକର ବବିତା ସୁନା,ରାଜବୋରାସମ୍ବରର ସର୍ଜନା ବରିହା ଝାରବନ୍ଧ ବ୍ଲକର ଅଞ୍ଜୁଲତା ସାହୁ, ବିଜେପୁର ବ୍ଲକର ସମ୍ଭାବି ସାହୁ,ଏସ ଏଡି ଜିରେ ରାଜବୋରାସମ୍ବରର ବିନି ପ୍ରଧାନ, ଅମ୍ବାଭୋନା ବ୍ଲକର ରାହୁଲ ପଟେଲ,ଓ ଝାରବନ୍ଧ ବ୍ଲକର ଦମୟନ୍ତୀ ମହାପାତ୍ର ଯଥା କ୍ରମେ ପ୍ରଥମ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଥିଲେ।ବିଚାରକ ଭାବେ ବୀରେନ୍ଦ୍ର ଦାଶ,ଅନୁପମା ଚାନ୍ଦ ,ଲିପ୍ସା ମିଶ୍ର,ନମିତା ବିଶି, ଡ ଗିରିଶ ପ୍ରଧାନ,ଶାନ୍ତନୁ କୁମାର ସାହୁ, ଡ ଚିନ୍ମୟ ଦେହେରି ,ଡ ନିରଞ୍ଜନ ପଣ୍ଡା,ଶ୍ରୀ ଆର୍ ଜେ ଆଶିଷ ମହାନ୍ତି,ବିଶ୍ୱଜିତ ସାହୁ ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ ।ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ ଓ ଗୋବିନ୍ଦ ସେଟ୍ ସଂଯୋଜନା କରିଥିଲେ ।ଏହି ଅବସରରେ ନିଷ୍ଠା ପରିବାର ଓ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଟିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାର ସମସ୍ତ ବିଇଓ ,ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଦାସ, ସୂର୍ଯ୍ୟ କୁମାର ପଣ୍ଡା ,ଯାଦବ ସାହୁ ଅବସର ପ୍ରାପ୍ତ ଶିକ୍ଷକ ଡ ଡୋଳାମଣି ଶତପଥି,କପିଳ ବାଗଙ୍କ ସମେତ ବିଜ୍ଞାନ ମେଳା ପରିଚାଳନା କମିଟି ସହଯୋଗ କରିଥିଲେ।ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।



