*ଅନ୍ତର୍ଜାତୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା..*ଓଡିଶା ମାଷ୍ଟର୍ସ 2025 ଉଦଘାଟିତ…*
ଯୋଗଦେଲେ16ଟି ଦେଶ ର 147 ପୁରୁଷ ଓ 137 ମହିଳା ଖେଳାଳୀ…

ଭୁବନେଶ୍ୱର / ଆଜି ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଅନ୍ତର୍ଜାତୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ 2025” ଉଦଘାଟନ ହୋଇଯାଇଅଛି l ରାଜ୍ୟସରକାର ଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ର କମିଶନର ତଥା ସଚିବ ସଚିନ ଯାଦବ ଏହି ବଡ଼ମୀଣ୍ଟନ ୱାର୍ଲଡ ଫେଡେରେସନ ଟୂର ସୁପର 100 ମାନ୍ୟତା ପାଇଥିବା ଓଡିଶା ମାଷ୍ଟର୍ସ ର ଉଦଘାଟନ କରିଥିଲେ l ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନି ସମାରୋହ ରେ କ୍ରୀଡା ନିର୍ଦେଶକ ଡ଼.ବିଜୟୟେଦୁଲା, କଟକ ଜିଲ୍ଲାପାଳ ଶ୍ରୀ ଡତ୍ତlତ୍ରେୟ ଭାଉସାହେବ ସିନ୍ଧେ, ବେଡ଼ମୀଣ୍ଟନ ଏସିଆ ଫେଡେରେସନ ର ଟୁର୍ନାମେଣ୍ଟ ମେନେଜର ବେଣୁଗୋପାଳ ରାମଲିଙ୍ଗମ ଓସବା ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ lଏବର୍ଷ ର ଓଡିଶା ମାଷ୍ଟର୍ସ ରେ 147 ପୁରୁଷ ଓ 137 ମହିଳା ଜିଗର ଦେଇଛନ୍ତି l ଏମାନେ ପୁରୁଷ ସିଙ୍ଗଲ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲ ପାଇଁ ଲଢେଇ କରିବେl ପ୍ରଥମ ଦିନର ପୂର୍ବାହ୍ନ ରେ 24 ଟି କ୍ୱାଲିଫାଇଙ୍ଗ ମେଚ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ସିଙ୍ଗଲ, ଡବଲ ଓ ମିକ୍ସଡ଼ ଡବଲସ ରୁ 24ଟି ଦଳ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଛନ୍ତି l ଅପରାହ୍ନ ରେ ମୁଖ୍ୟ ଡ୍ର ରୁ 20 ଟି ମେଚ ଅନୁଷ୍ଠିତ ହୋଇଯାଇଛି l ଯୋଗ୍ୟତା ପର୍ଯ୍ୟାୟ ରୁ ମୁଖ୍ୟ ଡ୍ର କୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳୀ ମାନେ ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ,ତାଇପେଇ ର ଚି ଯୁନ ଚେଙ୍ଗ, ଯାପlନ ର ନନାମୀ ସୋମେୟl ଓ ଇଣ୍ଡୋନେସିଆ ର ଡାଳିଆ ଅଘନିଆ ପୁଟେରୀ ଏବଂ ଡବଲସ ରେ ଭାରତ ର ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ସାଥି ରିଧି କୌର, ଭି. ରେଡଡି ସାଥି କେ. ସେଲଭାମ,ଯେନିଥ ଅବିଗେଲ ସାଥି ଲିଖିତା ଶ୍ରୀବlସ୍ତବ, ଡି. ଭେଲ ମୁରୁଗାନ ସାଥି ପି.ନଟରlଜାନ, ନିତିନ କୁମାର ସାଥି ହର୍ଷ ରଣା, କେ. କୁମାରଭେଲ ସାଥି ଆର ମୋହନ କୁମାର, ଭି ଆର ନର୍ଦ୍ଧନା ସାଥି ରିଦୁବର୍ଶିନୀ ରାମାସ୍ୱାମୀ, ଅଦିତି ଭଟ୍ଟ ସାଥି ଶ୍ରାବଣୀ ବାଲେକାର, ଏନ. ଇଶ୍ୱର ମୂର୍ତ୍ତି ସାଥି ଡି. ଭେଲ ମୁରୁଗାନ, ମୁରଲୀ କ୍ରିଷ୍ଣl କନୁରୀ ସାଥି ଅଭିଜିତ ମହାରଣା ଓ ସାକ୍ଷୀ ଗହ୍ଲାବତ ସାଥି ତନୀଷା ସିଂ l ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମୁଖ୍ୟ ଡ୍ର ପ୍ରତିଯୋଗୀତା ରେ ଭାରତୀୟ ଖେଳାଳୀ କେଭିନ ଥାଙ୍ଗମ, ସାନିଥ ଦୟାନନ୍ଦ, ତୁଷାର ସୁବୀର ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ଯୁସୁଫ, ରିଚି ରିକାରଡୋ ପ୍ରମୁଖ ନିଜ ନିଜ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ପରବର୍ତୀ ରାଉଣ୍ଡ ଉନ୍ନୀତ ହୋଇଛନ୍ତି l.ଏକ ଲକ୍ଷ ଦଶ ହଜାର ଡ଼ଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତା କୁ ପରିଚାଳନା ପାଇଁ10 ଜଣିଆ ବି ଡବଲୁ ଏଫ ମନୋନୀତ ଅଫିସଏଲ ଦଳ 12 ଜଣ ଭାରତୀୟ ବେଡ଼ମୀଣ୍ଟନ ସଙ୍ଘ ମନୋନୀତ ଅଫିସିଏଲ ଏବଂ46 ଜଣ ଓସବା ମନୋନୀତ ଅଫିସିଏଲ ପରିଚାଳନା କରୁଛନ୍ତି l




