ସିଭମାର୍ବଲ୍ ଚାମ୍ପିଆନଟ୍ରଫି କ୍ରିକେଟ୍, କିଙ୍ଗଖାନ୍ କୁ ହରାଇ ଏଜେ ଫିଟନେସ ଚମ୍ପିୟାନ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ଚାଲିଥିବା କ୍ରିକେଟର ମହାକୁମ୍ଭ ସିଭମାର୍ବଲ ଚାମ୍ପୀୟାନ ଟ୍ରଫି କ୍ରିକେଟ୍ ଟୁର୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ କିଙ୍ଗଖାନ୍ କୁ ହରାଇ ଏଜେ ଫିଟନେସ ଚମ୍ପିୟାନ। ଏହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ପୌରାଞ୍ଚଳ ବିକାସ ମହଲ ଖେଳ ପଡିଆ ଠାରେ ଏହି କ୍ରିକେଟ୍ ମ୍ୟାଚ୍ ର ଫାଇନାଲ ମ୍ୟାଚ ଅୟୋଜନ ହୋଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଆମନ୍ତ୍ରିତ ହୋଇ ଆସିଥିବା ବେଳେ ବଡ଼ବିଲ ପୌରାଧିକାରୀ ରମେଶ ଚନ୍ଦ୍ର ନାୟକ ଓ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ ଏବଂ ବଡ଼ବିଲ ପୌରାଞ୍ଚଳ ର ସମସ୍ତ ୱାର୍ଡ଼ ମେମ୍ବର ମାନେ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ।ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ବ୍ୟାଟିଂ କରି ଫାଇନାଲ ମ୍ୟାଚର ଶୁଭାରମ୍ଭ କରିଥିଲେ। ଏ ଜେ ଫିଟନେସ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ କିଙ୍ଗଖାନ୍ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିଙ୍ଗ ଖାନ୍ ଦଳ ବାର ଓଭର ବିଶିଷ୍ଟ ଏହି ମ୍ୟାଚ୍ ରେ ଏଗାର ଓଭର ଦୁଇ ବଲ୍ ରେ ୭୭ରନ୍ କରି ସମସ୍ତ ୱିକେଟ୍ ହରାଇ ଥିଲା, ଫଳରେ ଏଜେ ଫିଟନେସ ସମ୍ମୁଖରେ ଏହି ଫାଇନାଲ ମ୍ୟାଚର ବିଜେତା ହେବାପାଇଁ ୭୮ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଯାହାକୁ ଏଜେ ଫିଟନେସ ଦଳ ଆଠ ଓଭର ଦୁଇ ଟି ବଲ୍ ରେ ଦୁଇ ୱିକେଟ୍ ହରାଇ ୭୯ ରନ୍ କରି ଏକ ସହଜ ବିଜୟ ହାସଲ କରିବା ସହ ସିଭମାର୍ବଲ କ୍ରିକେଟ୍ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା।ଏହି ଟୁର୍ଣାମେଣ୍ଟ ରେ ମୋଟ୍ ବାରଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଦୀର୍ଘ ସାତଦିନ ଧରି ଏହି ଖେଳର ଆୟୋଜନ କରାଯାଇଥିଲା। ଏହି ଫାଇନାଲ ମ୍ୟାଚ୍ କୁ ଉପଭୋଗ କରିବାକୁ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ସଂଖ୍ୟାରେ ଖେଳପ୍ରେମି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଜେଠୁରାମ୍ ପାତ୍ର ଓ ବୁନା ମହାନ୍ତି ମ୍ୟାଚ୍ ଏମ୍ପାୟାର ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ସୁନିଲ ଗୁପ୍ତା ମ୍ୟାଚ୍ ରେଫ୍ରି ଭାବେ ଦାୟିତ୍ଵ ତୁଲାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ସାମଲ ଅଟୋ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ମଞ୍ଜିତ୍ ଭାରତୀ, ଶ୍ରେଷ୍ଟ କ୍ଷେତ୍ର ରକ୍ଷକ ଭାବେ କିଙ୍ଗ ଖାନ୍ ଦଳ ର ବବି ଠାକୁର ଏବଂ ଏ ଜେ ଫିଟନେସ ଦଳର ପୁରୁତୋସ ଶ୍ରେଷ୍ଟ ବୋଲର, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଟ ଖେଳାଳି ଓ ଫାଇନାଲ ମ୍ୟାଚ୍ର ଶ୍ରେଷ୍ଟ ଖେଳାଳି ବିବେଚିତ ହୋଇଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



