କୁରୁଡୋଲ ଓ ନୂଆହତା ଗ୍ରାମରେ ନାଲକୋ ତରଫରୁ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭୁମି ପୂଜନ ହୋଇଯାଇଛି

ବଅଁରପାଳ, ୧୦/୧୨ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ହିସାବରେ ମଙ୍ଗଳବାର ଦିନ ପୂର୍ବାହ୍ନରେ ବିଭିନ୍ନ ପ୍ରକାରର ଜନ କଲ୍ୟାଣ ନିର୍ମାଣ କାର୍ଯ୍ୟ କୁରୁଡୋଲ ଗ୍ରାମ ପଞ୍ଚାୟତ ଓ ନୂଆହତା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

କୁରୁଡୋଲ ଗ୍ରାମରେ ସଦ୍ୟ ନିର୍ମିତ ହୋଇଥିବା ୧୭ ଲକ୍ଷ ୫୦ ହଜାର ବ୍ୟୟ ଶ୍ମଶାନ ଘାଟ, ବିଶ୍ରାମ ଗୃହ ସହିତ ପାଚେରୀ ର ଶୁଭ ଉଦଘାଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ଓ ମହାପ୍ରବନ୍ଧକ ନାଲକୋ ପ୍ରଶାସନୀକ ଅଧିକାରୀ ରାଜାରାମ ମିଶ୍ର ଆନୁଷ୍ଠାନିକ ଭାବେ ଯୋଗଦାନ କରି ସୁଭ ଉଦଘାଟନ କରିଥିଲେ ।

ଏତ ବ୍ୟତୀତ କୁରୁଡୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳକ ବାଳିକା ମାନଙ୍କ ପାଇଁ ଅଲଗା ଅଲଗା ଶୈ।ଚାଳୟ,ଦଣ୍ଡା ଛକ ଠାରୁ କରବେରେଣୀ ରେଲୱେ ଲାଇନ୍ ଏବଂ ଏକାଦଶିଆ ଜାଗା ଠାରୁ କରବେରେଣୀ ଶ୍ମଶାନ ଘାଟ ପର୍ଯ୍ୟନ୍ତ ୪୨ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟର ଭୂମି ପୂଜନ କରିଥିଲେ।

ଏହା ସହିତ ନୂଆହତା ଗ୍ରାମର ଚୈ।ରପାଢୀ ଛକ ଠାରୁ ନୂଆହତା ଛକ ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହେବାକୁ ଥିବା ଙ୍କକ୍ରିଟ୍ ଡ୍ରେନର ଭୂମି ପୂଜନ ମଧ୍ୟ କରିଥିଲେ ।

କୁରୁଡୋଲ ନୂଆହତା ଗ୍ରାମର ଗ୍ରାମବାସୀମାନେ ନାଲକୋ ଦ୍ୱାରା ନିର୍ମିତ ଏପରି ଜନ କଲ୍ୟାଣ କାର୍ଯ୍ୟର ପ୍ରଶଂସା କରିବା ସହଯୋଗ କରିଥିଲେ ।

ଗ୍ରାମାଞ୍ଚଳର ବିକାଶରେ ନାଲକୋର ସାହାଯ୍ୟ ସହଯୋଗ ଓ ବିକାଶ ଧାରାରେ ଯୋଗଦାନକୁ ଗ୍ରାମବାସୀମାନେ ବହୁତ ପ୍ରଶଂସା କରିବା ସହିତ ନାଲକୋ କୁ ସହଯୋଗ କରି ନାଲକୋର ଇଡି ଓ ପ୍ରଶାଶନୀକ ଅଧିକାରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।





