ରାଜସ୍ଥାନର ଜୟପୁର ନିକଟରେ ଏକ ମସଜିଦ ନିକଟରେ ହିଂସା ଦେଖିବାକୁ ମିଳିଛି । ଜବରଦଖଲ ଉଚ୍ଛେଦ ସମୟରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି । ଶାନ୍ତି ଫେରାଇବାକୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ।ସୂଚନା ଅନୁଯାୟୀ ଜଯପୁର ନିକଟସ୍ଥ ଚୋମୁ ସହର କଲନ୍ଦରୀ ମସଜିଦ ନିକଟରେ ଘଟିଛି । ଘଟଣା ସ୍ଥଳରେ କିଛି ଦିନ ଧରି ଜବରଦଖଲକୁ ନେଇ ବିବାଦ ଚାଲିଥିଲା ।
ଆଜି ସକଳ ପ୍ରାୟ ୩ଟା ସମୟରେ ପୁଲିସ ଜବରଦଖଲ ଉଚ୍ଛେଦ କରି ପଥର ଉଠାଇଥିଲା । ଏହି ସମୟରେ ହଠାତ ଏକ ଭିଡ଼ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଉପରକୁ ପଥର ମାଡ଼ କରିଥିଲେ । ଯାହା ଫଳରେ ପୁଲିସ ଅଧିକାରୀମାନେ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ଘଟଣା ପରେ ଚୋମୁ ସହରର କିଛି ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ୨୪ ଘଣ୍ଟା ପାଇଁ ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।ଘଟଣାରେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ଘରୁ ଗିରଫ କରାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ଅଞ୍ଚଳରେ ପର୍ଯ୍ୟାପ୍ତ ପୁଲିସ ବଳ ମୃତୟନ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରଣରେ ରହିଥିବା ସ୍ଥାନୀୟ ପୁଲିସ କହିଛନ୍ତି । ଏହାସହ ଶାନ୍ତ ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ଏହି ବ୍ୟକ୍ତିମାନେ ପଥର ଫିଙ୍ଗାଳିଙ୍କ ସହ ଜଡିତ ଥିଲେ । ସାମ୍ପ୍ରଦାୟିକ ସଦ୍ଭାବନାକୁ ବିଗାଡ଼ିବା ପ୍ରୟାସକୁ ଅଟକାଇବାକୁ ସେମାନଙ୍କୁ ଗିରଫ କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-13-scaled.jpg)

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)
