ଅନୁଗୋଳ,ତା. ୩୧.୧୨ ୩୧.୧୨:- ଆଜି ସ୍ଥାନୀୟ ପୌରପାଳିକା ଟାଉନ୍ ହଲ୍ ଠାରେ ଉପ ନିବନ୍ଧକ ସମବାୟ ସମିତି ସମୂହ ଦ୍ଵାରା ଆୟୋଜିତ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷର ବାର୍ତ୍ତା ‘ ସମବାୟ ମାଧ୍ୟମରେ ଏକ ଉତ୍କୃଷ୍ଟ ପୃଥିବୀ ଗଠନ ‘।


ଏହି ଅବସରରେ ମୁଖ୍ୟ ଅତିଥି ସମବାୟ ମାଧ୍ୟମରେ କିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଛୋଟ ଛୋଟ ଉଦ୍ୟୋଗୀମାନଙ୍କର ଆର୍ଥିକ ଊନ୍ନତି ହୋଇପାରିବ ସେ ଦିଗରେ ଦୃଷ୍ଟି ଦୃଷ୍ଟି ଦେବାକୁ ସମସ୍ତ ସମବାୟ ଅନୁଷ୍ଠାନଗୁଡିକୁ ପରାମର୍ଶ ଦେଇଥିଲେ । ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ବାରା । ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆର ଆରମ୍ଭ କରାଯାଇଥିଲା।
ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶାନ୍ତନ୍ତୁ କୁମାର ସର ମୁଖ୍ୟବକ୍ତା ଭାବେ ଭାବେ ଯୋଗ ଦେଇ ସମବାୟ କ୍ଷେତ୍ରରେ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟବ୍ୟାପୀ ସମବାୟର ସଫଳ କାହାଣୀ କହିବା ସହ ଊତ୍କଳ ଗୌରବ ମଧୁସୁଦନ ଦାସଙ୍କ ସମବାୟୁ ଆନ୍ଦୋଳନରେ ଭୂମିକା ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୫ଗୋଟି ସମବାୟ ସମିତି ଏବଂ ୩ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ କେନ୍ଦ୍ର ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଓଡିଶା ରାଜ୍ୟ ସମବାୟ ମହାସଂଘ ନିର୍ଦ୍ଦେଶକ ଶ୍ରୀ ଚିତ୍ତ ରଞନ ନାୟକ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ନାୟକ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ଶ୍ରୀମତୀ ସଂଯୁକ୍ତା ସାହୁ, ଆଞ୍ଚଳିକ ସମବାୟ ସମିତି ସଭାପତି ଶ୍ରୀ ନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧୂକାରୀ ଡ. ସତ୍ୟ ନାରାୟଣ ସାହୁଙ୍କ ସମେତ ବିଭିନ୍ନ ସମବାୟ ସମିତି ରୁ ଆସିଥିବା ସଭାପତି, ସମ୍ପାଦକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ଏ,ଆର.ସି.ଏସ୍ ଶ୍ରୀ ନିରଞନ ସେଠ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶ୍ରୀ ଅବନୀକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।



