ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଅନୁଗୋଳ,ତା. ୩୧.୧୨:- ସ୍ଥାନୀୟ ବିଜୁ ମଇଦାନ ଠାରେ ଆୟୋଜିତ ଜିନ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ,ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧୀକାରୀ ଡ. ସତ୍ୟ ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅତିରିକ୍ତ ରିକ୍ତ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଡ. ପ୍ରତାପ କୁମାର ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଚାଷୀମାନେ କିପରି ସରକାରୀ ଯୋଜନାଗୁଡିକର ଉପଯୋଗ କରି ରୋଜଗାରକ୍ଷମ ହୋଇପାରିବେ ସେ ସମ୍ପର୍କରେ ମୁଖ୍ୟ ଅତିଥି ଚାଷୀମାନଙ୍କୁ ଅବଗତ କରାଇଥିଲେ । ତୃଣମୂଳ ସ୍ତରରେ ପହଞ୍ଚି ସମସ୍ତ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସରଳ ଭାଷାରେ ବୁଝାଇବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ମାନ୍ୟବର ଅନୁଗୋଳ ବିଧାୟକ ପରାମର୍ଶ ଦେଇଛନ୍ତି । ଏହି ମେଳାରେ ୧୫ ବିଭାଗ ତରଫରୁ ବିଭିନ୍ନ ଯୋଜନା ସମ୍ବନ୍ଧିତ ଅନୁଗୋଳ ଗୋଶାଳା, ଓମ୍ଫେଡ୍, କୃଷି ବିଜ୍ଞାନ କେନ୍ଦ୍ର(ଅନୁଗୋଳ), ଗୋପାଳନ ସମ୍ବନ୍ଧୀୟ ଯନ୍ତ୍ରପାତି, ଊଦ୍ୟାନ କୃଷି ବିଭାଗ, ଆର.ଏନ୍. ଇନ୍କ୍ୟୁବେଟର, ଜିଲ୍ଲା ବାଣିଜ୍ୟ କେନ୍ଦ୍ର ତଥା ବ୍ୟାଙ୍କ ଅଫ୍ ବରୋଦା ଭଳି ୨୫ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କୁକୁଡା ପାଳନ କ୍ଷେତ୍ରରେ ଶ୍ରୀ ପ୍ରଦୀପ ନାୟକ ଓ ସିତାରାମ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଶ୍ରେଷ୍ଠ ପଶୁପାଳକ ଭାବେ ଏବଂ ବାୟୋଫୁକ୍ ଟେକ୍ନୋଲୋଜି ପାଇଁ ପିଙ୍କି ସାମଲ ଓ ମତ୍ସ୍ୟ ପୋଖରୀ ଯୋଜନା ନିମନ୍ତେ ଶ୍ରୀ ଜଗନ୍ନାଥ ମେହେରଙ୍କୁ ଶ୍ରେଷ୍ଠ ମତ୍ସ୍ୟ ଚାଷୀ ଭାବେ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ମେଳାରେ ୮ ଜଣ ଚାଷୀଙ୍କୁ ପ୍ରାଣୀ ପାଳନ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି,ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ କୃଷକ ବନ୍ଧୁମାନେ ଯୋଗ ଦେଇଥିଲେ ।




