
ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉତ୍ସବରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ୍ ତରଫରୁ ଆୟୋଜିତ ସାମାଜିକ ସେବା ଶିବିର ଉଦଯାପିତ:
ବରଗଡ:୩୧/୧୨(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ସାମାଜିକ ସେବା ଶିବିର ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ରେଡକ୍ରସ ସଂଯୋଜକ ଶ୍ରୀଯୁକ୍ତ ପରମାନନ୍ଦ ରଥ ଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ତୁଷାର କାନ୍ତି ଦାଶ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପଞ୍ଚ୍ୟାୟତ ମହାବିଦ୍ୟାଳୟ ବରଗଡ଼ ପତିତପାବନ ସାହୁ, ରଞ୍ଜିତା ନାୟକ,ତୁଷାରକାନ୍ତି ତ୍ରୀପାଠୀ ଯୋଗ ଦେଇଥିଲେ। ସାମାଜିକ ସେବା ଶିବିର ଡିସେମ୍ବର ୨୬ ରୁ ଆରମ୍ଭ ହୋଇ ଡିସେମ୍ବର ୩୧ରେ ଉଦଯାପିତ ହୋଇଯାଇଛି।ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ୨୫୦ ଜଣ ସ୍ୱେଚ୍ଛା ସେବୀଙ୍କ ସମେତ ୪୧ ଜଣ ଯୁବ କାଉନସିଲର ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ। ସ୍ଵେଛାସେବୀ ପ୍ରତ୍ୟହ ଫ୍ଲ୍ୟାଏ କାର୍ଡ ଧରି ପରିକ୍ରମା କରିବା ସହ ସଫେଇ ନିମିତ୍ତ ବିଭିନ୍ନ ସାମଗ୍ରୀ ଧରି ବରଗଡ଼ ସହର କଂସ ଦରବାର,ରଙ୍ଗମହଲ ବସ୍ ରହିବା ସ୍ଥାନ ଓ ଅମାପାଲି ସମେତ ନନ୍ଦ ଉଆସ, ନନ୍ଦ ଦରବାର ମିନାବଜାର ପ୍ରଭୃତି ସଫେଇ କରୁଥିଲେ।ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ସ୍ୱଚ୍ଛତା ଓ ସଚେତନତା ରହିବା ପାଇଁ ପ୍ରବର୍ତ୍ତାଉଥିଲେ। ରକ୍ଷକ ମାଷ୍ଟର ଟ୍ରେନର ଅଧ୍ୟାପକ ପ୍ରତାପ ଚନ୍ଦ୍ର ମିଶ୍ର, ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସ୍ଵେଛା ସେବୀ ତଥା ଜନ ସାଧାରଣଙ୍କୁ ପ୍ରାଥମିକ ସହାୟତା ଉପରେ ତାଲିମ୍ ପ୍ରଦାନ କରିଥିଲେ।ମହିଳା ମହାବିଦ୍ୟାଳୟ ବରଗଡ଼ର ସହାୟତାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକଙ୍କୁ ପିଇବା ପାଣି ଓ ପ୍ରଥମିକ ଉପଚାର ନିମିତ୍ତ ଆନୁଷଙ୍ଗିକ ଦ୍ରବ୍ୟ ଜିଲ୍ଲା ସଂଯୋଜକଙ୍କ ତତ୍ତ୍ଵାବଧାନରେ ପ୍ରଦାନ କରାଯାଇଥିଲା ।ଉଦଯାପନୀ ଉତ୍ସବର ଶେଷ ପର୍ଯ୍ୟାୟରେ ସମସ୍ତ ସ୍ବେଚ୍ଛାସେବୀ ଓ କାଉନସିଲର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପରିସମାପ୍ତି ଭାଗରେ ଜିଲ୍ଲା ସଂଯୋଜକ ଧନ୍ୟବାଦ୍ ଅର୍ପଣ କରିଥିଲେ।




