ଲଗାମ ଛଡା ବ୍ରାହ୍ମୀଣିପାଳ ସାପ୍ତାହିକ ହାଟରେ ଚାଲିଛି ଚାଷୀ ବେପାରୀଙ୍କୁ ଶୋଷଣ ।
ଯାଜପୁର 21/9 (ଜାଗ୍ରତ ଭାରତ ନ୍ୟୁଜ ) ଯାଜପୁର କେନ୍ଦୁଝର ସୀମାନ୍ତ ରାସୋଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମହଣିପାଳ ସାପ୍ତାହିକ ହାଟରେ ପ୍ରବଳ ଶୋଷଣ ଚାଲିଥିବାର ଦେଖିବାକୁ ମିଳିଛି । ବ୍ରାହ୍ମୀଣିପାଳ ସାପ୍ତାହିକ ହାଟ ମୁଖ୍ୟତ ଯାଜପୁର କେନ୍ଦୁଝର ଜିଲ୍ଲା ସୀମାନ୍ତରେ ପଡୁଥିବାରୁ ଏଠାରେ ଦୁଇଜିଲ୍ଲାର ଚାଷୀ ବିଲବାଡ଼ିରେ କିଛି କିଛି ପରିବା ଚାଷକରୀ ସପ୍ତାହର ରବିବାର ଦିନ ସାପ୍ତାହିକ ହାଟ ହେଉଥିବାରୁ ସମସ୍ତେ ବିକ୍ରିବଟା କରିବାକୁ ଆଣିଥାନ୍ତି କିନ୍ତୁ ଏଠାରେ ଚାଷୀମାନଙ୍କ ପେଟକୁ ଗୋଇଠା ମାରି ସ୍ଥାନୀୟ ଲୋକ ନାଲି ଆଖି ଦେଖାଇ ଜୋରଜବରଦସ୍ତ ପଇସା ଆଦାୟ କରିଥାନ୍ତି । ସପ୍ତାହରେ ଥରେ ବଡ ହାଟ ହେଉଥିବାରୁ ଏଠାକୁ ଦୈତାରୀ ବଳିପାଳ, ରେମ୍ଭାଳ, ଡ଼ୁବୁରି ଠାରୁ କାଳିଆପାଣି ପ୍ରାୟ 30 କିଲୋମିଟର ଦୂର ଦୁରାନ୍ତରୁ ହାଟକୁ ଆସୁଥିବା ସାଧାରଣ ଗରାଖି ମାନଙ୍କୁ ମଟର ସାଇକେଲକୁ ଜୋରଜବରଦସ୍ତ ପାର୍କିଙ୍ଗରେ ରଖିବାକୁ ବାଧ୍ୟ କରାଉଥାଏ ଯେଉଁଲୋକ ପାର୍କିଙ୍ଗରେ ମଟର ସାଇକେଲ ନରଖିବ ତାମଟର ସାଇକେଲକୁ ହାଟ ପାଖକୁ ଆଣିବାପାଇଁ ଦେଉନଥିବାରୁ ଲୋକମାନେ ହାଟରୁ ଶହେ ମିଟର ଦୂରତାରେ ରଖିବାକୁ ବାଧ୍ୟ ହେଉଛନ୍ତି ଯାହା ପରୋକ୍ଷରେ ମଟର ସାଇକେଲ ଚୋରି ହେବାପାଇଁ ବାଟ କଢ଼ାଉଥିବା ଜଣାପଡୁଛି । ଅନ୍ୟପଟେ ଚାଷୀ ଓ ବେପାରୀ ପରିବା ଧରି ହାଟକୁ ଆସି ବିକୁଥିବା ବେଳେ ହାଟ ମାହାଶୂଲ ହାଟ କତୃପକ୍ଷଙ୍କୁ ଦେଉଥିବା ସତ୍ୱେ ବିଭିନ୍ନ ଆଳ ଦେଖାଇ ବିଭିନ୍ନ ସ୍ତରରେ ଚାନ୍ଦା ଆଦାୟ ହେଉଥିବା ଦେଖିବାକୁ ମିଳୁଛି ଯଥା ହାଟ ମାହାଶୂଲ, ହାଟ ଝାଡୁ ମହାଶୂଲ ସହିତ ପରିବା ମଧ୍ୟ୍ୟ ଜବରଦସ୍ତ ଆଦାୟ କରୁଥିବା ଓ ହାଟ ସାରି ଫେରିବା ସମୟରେ ବେପାରୀ ପାଖରୁ ପୁନର୍ବାର ବାଟରେ ଦୌଡ଼ା ପକେଇ ପାର୍କିଙ୍ଗ ନାମରେ ଚାନ୍ଦା ଆଦାୟ କରାଯାଇଥାଏ । ବେପାରୀ ବେପାର କରିବାକୁ ସାଙ୍ଗରେ ଆଣିଥିବା ମଟର ସାଇକେଲ ନିଜପାଖରେ ରଖିବା ପରେ ମଧ୍ୟ ପୁନର୍ବାର ବେପାରୀ ପାଖରୁ ଚାନ୍ଦା ଆଦାୟ କରିଥାନ୍ତି । ହାଟ ପ୍ରଶାସନ ପ୍ରତ୍ୟକ୍ଷ ଭାବରେ ସବୁ ଦେଖିମଧ୍ୟ ଚୁପଚାପ ରହୁଥିବା ଦେଖିବାକୁ ମିଳିଛି । ଏଠାରେ ଜନସାଧାରଣରେ ଆଲୋଚନା ହେଉଛିକି ଯେଉଁ ବେପାରୀ ହା



