**ତାନଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵଭାଵ କବି ସ୍ମୃତି ସମ୍ମାନ

**କଳା ଶିକ୍ଷା ସାହିତ୍ୟ ସଂସ୍କୃତିର ଅନନ୍ୟ ମାଟି ହେଉଛି କେନ୍ଦୁଝର l ସୁନ୍ଦର ମୋ ଭାଷା ସାହିତ୍ୟ, ଜମ୍ଭରା, କେନ୍ଦୁଝର, ଓଡିଶାଙ୍କ ଦ୍ୱାରା ଆୟୋଜିତ ଚତୁର୍ଦ୍ଦଶ ଅନନ୍ୟା ମହୋତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି l ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପlଟ୍ଟଶାଣୀ, ସ୍ୱତନ୍ତ୍ର ଅତିଥି କଳା ସଂସ୍କୃତି ପରିଷଦ ଓଡିଶାଙ୍କ ଅଧ୍ୟକ୍ଷ ମାନନୀୟ ଲକ୍ଷ୍ମୀଧର ସାହୁ, ବିଶିଷ୍ଟ ଅତିଥି ଅବସର ପ୍ରାପ୍ତ ଉପ-ଜିଲ୍ଲାପାଳ ଡଃ ଅଲେଖ ପ୍ରସାଦ ମହାରଣା, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ବିଇଓ ମାନନୀୟ କମଳ ଲୋଚନ ବିଶ୍ୱାଳ ଓ ବରେଣ୍ୟ ଅତିଥି ଡଃ ସଂଗ୍ରାମ ସାମନ୍ତରାୟ ଇତ୍ୟାଦିଙ୍କ ଉପସ୍ଥିତିରେ ଡଃ ତାନଶ୍ରୀ ପାଣିଗ୍ରାହୀଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ସହ ଅନନ୍ୟା ସ୍ଵଭାଵ କବି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି l ଶ୍ରୀମତୀ ପାଣିଗ୍ରାହୀ ଆଡ଼ଭୋକେଟ ଶିବବ୍ରତ ମହାପାତ୍ରଙ୍କର ସହଧର୍ମିଣୀ ଓ ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ବାଲିଆ, ବାଲେଶ୍ୱରର ଆଚାର୍ଯ୍ୟl ଭାବେ କାର୍ଯ୍ୟରତା l ଉକ୍ତ ସଂସଦରେ ସେ ରାଜ୍ୟ ସଂଯୋଜିକା ଭାବରେ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ସମସ୍ତ କବିଙ୍କ କବିତାଗୁଡିକୁ ସୁନ୍ଦର ସଂଯୋଜନା କରି ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲେ l ଏହି ମର୍ଯ୍ୟାଦା ଜନକ ସମ୍ମାନ ପାଇଁ ସମସ୍ତେ କବି ତାନଶ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l



