ଜନ୍ମ ମାଟିରେ ଯୁବ ବୈଜ୍ଞାନିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର – ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ଠାରେ ଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ ପୃର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ସାମଲ ଓ ମାତା ନିରୋଦ ବାଳା ସାମଲଙ୍କ ସୁପୁତ୍ର ଭୁବନେଶ୍ୱର ଠାରେ ଥିବା କିଟ୍ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଥିବା ଡ଼ଃ କୁନନ୍ଦ ସାମଲଙ୍କୁ ଆମେରିକାର ଷ୍ଟାନଫୋର୍ଡ଼ ୟୁନିଭରସିଟି ପକ୍ଷରୁ ବିଶ୍ଵର ଦୁଇ ଶତକଡା ବୈଜ୍ଞାନିକ ତାଲିକାରେ ଚୟନ କରିଥିବାରୁ ନବବର୍ଷ ଆରମ୍ଭରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିରଞ୍ଚିନାରାୟଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସମାଜସେବୀ ଜଜୟ ବେହେରା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମହେନ୍ଦ୍ର ବାରିକ,ଶ୍ରୀଧର ଦାଶ, ବୈରାଗୀ ମଲିକ,ଅଞନ ବାରିକ,ସୁଧିର ଯେନା ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପୃର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ,ସଭା ପରିଚାଳନା କରିଥିଲେ ପୃର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ଗୁରୁ ଓ ନବଘନ ସାମଲ। ତାଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା ବାତ୍ୟା ଆଶ୍ରୟ ସ୍ଥଳୀ ପର୍ଯ୍ୟନ୍ତ।।ସେ ସିଂହପୁର ୟୁପି ସ୍କୁଲରୁ ପାଠପଢ଼ା ଆରମ୍ଭ କରି ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୃତ୍ତି ପାଇଥିଲେ।ପରେ ସିଂହପୁର ହାଇସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରି ମାଟ୍ରିକ ପାସ କରିଥିଲେ।ପରେ ରେଭେନ୍ସା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ,ପରେ ସିଇଟିରେ ବିଟେକ ପାସ କରିଥିଲେ।ଗେଟ୍ ଏଣ୍ଟାନ୍ତ୍ରାରେ ସଫଳତା ପାଇ ତାମିଲନାଡୁ ର ତିରୁଚିନା ପଲ୍ଲୀ ଠାରେ ଥିବା ଏନ୍ ଆଇଟିରେ ଏମଟେକ ଓ ଆଇ ଆଇଟି ଭୁବନେଶ୍ବର ରୁ ପିଏଚଡ଼ି ହାସଲ କରିଥିଲେ।




