ଭଦ୍ରକରେ ଗୋ ମାଫିଆଙ୍କ ଘରୁ ୭୦ ଲକ୍ଷ ଜବତ
ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରି ୭୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍। ଚଢ଼ାଉରେ ସୁନା ଗହଣା ସହ ସପିଂ ମଲ୍ ଠାବ କରାଯାଇଛି। ଟଙ୍କା ଗଣିବା ମେସିନ ସହ ଅନ୍ୟ ଯନ୍ତ୍ରପାତି ଜବତ କରାଯାଇଛି। ଅବୈଧ ଗୋ ଚାଲାଣରେ ସମ୍ପୃକ୍ତି ନେଇ ଚଢ଼ାଉ କରାଯାଇଥିବା ସୂଚନା। କେନ୍ଦୁଝର ଓ ଭଦ୍ରକ ପୋଲିସର ମିଳିତ ଚଢ଼ାଉ ହୋଇଛି। ୨ ପ୍ଲାଟୁନ ଫୋର୍ସ ସହ ଚଢ଼ାଉ କରୁଛି ପୋଲିସ୍।



