ପୁରୀ – ରଥଯାତ୍ରା ପୂର୍ବରୁ ଭାରତୀୟ ଯବାନଙ୍କ ଦ୍ୱାରା ଏକ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu)ର କମାଣ୍ଡୋ।ଏଥିସହ ଅଗ୍ନିଶମ ବିଭାଗର ଲ୍ୟାଡର୍, K9 ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ। ଆଗାମୀ ରଥଯାତ୍ରାରେ ପ୍ରବଳ ଜନ ସମାଗମ କୁ ଆଖି ଆଗରେ ରଖି ପୂର୍ବ ପ୍ରସ୍ତୁତି।
ଯଦି ଭୁଲ ବସତଃ ଆତଙ୍କବାଦୀ ପ୍ରବେଶ କରନ୍ତି ତାକୁ କେମିତି ମୁକାବିଲା କରାଯିବ ତାହା ଦର୍ଶାଯାଇଛି । ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ । ୨ଟି ସ୍ନାଇପର ଟିମ ସହ ୪ଟି ଭାଗରେ ବିଭକ୍ତ ହୋଇଥିଲେ କମାଣ୍ଡୋ । ଏହାରି ମଧ୍ୟରେ ସନ୍ଧାନୀ କୁକୁର ବୋମା ନିସ୍କ୍ରିୟକାରୀ ଦଳ ରଥଯାତ୍ରା ଗହଳି ଭିତରେ ପଶିଗଲେ । ଆତଙ୍କବାଦୀ ବନ୍ଧୁକ ଧରି ଅତର୍କିତ ଗୁଳିଚଳାଇବା ସହ ଶ୍ରଦ୍ଧାଳୁଙ୍କୁ ପଣବନ୍ଦୀ କରି ଆତ୍ମଗୋପନ କରିଥିଲେ । ଏହି ଖବର ପାଇବା ପରେ ନିଆଁକୁ ଆୟତଃ କରାଯାଇଥିଲା । ଏହା ଏକ ଚ୍ୟାଲେଞ୍ଜିଂ ଅପରେସନ ଥିବାରୁ ସତର୍କତାର ସହ ଏହାକୁ କରାଯାଇଥିଲା ।
ଏହି ମକଡ୍ରିଲରେ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ବାହାର କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କୁ ଆକ୍ରମଣ କରାଯାଇଥିଲା । ଓଡିଶା ପୋଲିସ, ବୋମା ନିସ୍କ୍ରିୟକାରୀ ଦଳ, ଡଗସ୍କାର୍ଡ,ଅଗ୍ନିମମ ବିଭାଗ ସହଯୋଗରେ ଏହି ମକଡ୍ରିଲ କରାଯାଇଥିଲା । ପ୍ରଥମେ ସକାଳେ ଏକ ତାରକା ହୋଟେଲରେ ଓ ପରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ମକଡ୍ରିଲ କରାଯାଇଥିଲା। ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଥିବାରୁ ମକଡ୍ରିଲ ହେଉଥିବା ସ୍ଥାନର ଦୁଇ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଥିଲା।
Special tactical unit (stu),sog , ଓଡ଼ିଶା ପୋଲିସ ,ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାର୍ଡ,ଅଗ୍ନିଶମ ବିଭାଗ ଓ ଓଡ଼୍ରାଫ୍ ସହଯୋଗରେ ଏହି ମକ ଡ୍ରିଲ୍ କରାଯାଇଥିଲା।ଏହା ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଭକ୍ତଙ୍କ ବେଶ୍ ଭିଡ ଲାଗିଥିଲା। ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ସହ ସାଧାରଣ ଜନତା ଓ ଯାତ୍ରୀଙ୍କ ସୂଚନା ଓ ସହଯୋଗ ବଳରେ ଯେ କୌଣସି ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇପାରିବ ବୋଲି ଏହି ମକ ଡ୍ରିଲ୍ ମାଧ୍ୟମରେ ଦୃଢ଼ ବାର୍ତ୍ତା ଦିଆଯାଇଛି ।



