*ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାର୍ଥୀଙ୍କ ଜ୍ଞାନ ଆହରଣ*

ବରଗଡ଼: (ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତା ଓ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାର ବିଜ୍ଞାନ କ୍ଳବ୍, ଇକୋ କ୍ଲବ୍ ଓ ଶକ୍ତି କ୍ଳବର ଛାତ୍ରଛାତ୍ରୀ ପିପଲମୁଣ୍ଡା ସ୍ଥିତ ଜିଆ ପ୍ରଜନନ ଓ ଜିଆ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଜିଆର ପ୍ରକାର ଭେଦ, ଜିଆଖତ ପ୍ରସ୍ତୁତି ପାଇଁ ଆବଶ୍ୟକ କୁଣ୍ଡ, କୁଟାକାଠି, ଶୁଖିଲା ପତ୍ର, ଜୈବିକ ଆବର୍ଜନା, ଅଖା ଇତ୍ୟାଦି,ଆଫ୍ରିକୀୟ ଜିଆ(ୟୁଡ୍ରିଲସ ଇଉଜେନି)ଓ ୟୁରୋପୀୟ ଜିଆ(ଏସିନିଆ ଫୋଟିଡା) ଙ୍କ ବଂଶବୃଦ୍ଧି ପ୍ରକ୍ରିୟା, ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିରେ ଆବଶ୍ୟକ ସାବଧାନତା ଏବଂ ଜୈବିକ କୃଷି ପଦ୍ଧତିରେ ଜିଆ ଖତର ଆବଶ୍ୟକତା ସମ୍ଵନ୍ଧରେ ଜ୍ଞାନ ଆହରଣ କରିଥିଲେ।

ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ବନରକ୍ଷୀ କକୟା ବେସନ, ଫେମିନା ପାଲ ଓ କର୍ମଚାରୀ ପ୍ରଦୀପ ବୁଧିଆ ଓ ଛେଲିଆ ସାହୁଙ୍କ ଠାରୁ ଛାତ୍ରଛାତ୍ରୀମାନେ ଜୈବିକ ଆବର୍ଜନାରୁ ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ସମ୍ପର୍କରେ ଜାଣିବାକୁ ପାଇଥିଲେ।ଛାତ୍ରଛାତ୍ରୀମାନେ ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି କ୍ଷେତ୍ର ପରିଦର୍ଶନ କରି ତାକୁ ଅନୁଧ୍ୟାନ କରିଥିଲେ।ପରିବେଶ ଉପଯୋଗୀ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ଭୁକ୍ତା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଅଙ୍କିତ ମହନ୍ତ ଓ ଶିକ୍ଷୟିତ୍ରୀ ରୋଜାଲିନ ଭୋଇଙ୍କ ସହ ଜନତା ହାଇସ୍କୁଲ ଭୁକ୍ତାର ୪୧ ଜଣ ଶିକ୍ଷାର୍ଥୀ ଏବଂ ରୁଚିଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ସୁବୋଧ ଭୋଇ, ବଳରାମ ରଣା ଓ ଶିକ୍ଷୟିତ୍ରୀ ତନୟା ଡନସନାଙ୍କ ସହ ରୁଚିଦା ହାଇସ୍କୁଲର ୪୦ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।




