
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡ଼ ଉଦଯାପିତ
ଧର୍ମଗଡ଼ (ଜାଗ୍ରତ ଭାରତ)ଆଜି ଢୋଲ ନିଶାନ ର ତାଳେ ତାଳେ ଆଜି କଳାହାଣ୍ଡି ଉତ୍ସଵ ଘୁମୁରା ଧର୍ମଗଡ଼ ଉଦଯାପିତ ହୋଇ ଯାଇଛି।ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟି ଅଧ୍ୟକ୍ଷ। ପ୍ରେକ୍ଷା ଅଗ୍ରୱାଲ ଙ୍କ ତତ୍ୟବଧାନ ରେ ତିନି ଦିନ ଧରି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସଫଳତା ର ସହିତ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବିଧାୟକ କେପଟନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଯୋଗ ଦେଇ କଳାହାଣ୍ଡି ଉତ୍ସବ ଘୁମୁରା ଲୋକଲୋଚନ କୁ ଆସି ପାରୁନଥିବା କଳା ଓ କଳାକାରଙ୍କ ମହାସଙ୍ଗମ ଓ ଭାଇଚାରା ର ବାର୍ତ୍ତାବହ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ଧର୍ମଗଡ ଉପଜିଲ୍ଲାପାଳ ତଥା ଉତ୍ସବ କମିଟି ର ଅଧ୍ୟକ୍ଷା ପ୍ରେକ୍ଷା ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ। ସଭାକାର୍ଯ୍ୟ କୁ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସଂଯୋଜନା କରିଥିବା ବେଳେ ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଧର୍ମଗଡ, ଯଶୋଦା ଅନାଥ ଆଶ୍ରମ, ସେନ୍ଟ ଜାଭିଆର ସ୍କୁଲର କଳାକାର, ସାକ୍ଷୀଗୋପାଳ ର ଗୋଟିପୁଅ,କଳାବିକାଶ କେନ୍ଦ୍ର ଭବାନୀପାଟଣା, ଡୁଲଫୁଲ କଳାପରିଷଦ ବରଗଡ଼, ବ୍ରିନ୍ଦାବନ ସଂସ୍କୃତିକ ଅନୁଷ୍ଠାନ କେସିଙ୍ଗା, କେନ୍ଦୁଝର ର ଝୁମର, ଶ୍ରୀନଗର ର କାଶ୍ମୀର ଡାନ୍ସ ଗ୍ରୁପ, ମହାରାଷ୍ଟ୍ର ର ଲାବଣୀ, ଓ ଷ୍ଟାର ନାଇଟ ରେ ଅର୍ଚନା ପାଢ଼ୀ ଓ ସାଥି ଙ୍କ ମେଲୋଡି ରେ ଦର୍ଶକ ମାନେ ଝୁମିଥିଲେ। ସଂସ୍କୃତିକ କାର୍ଯ୍ୟକ୍ରମ କୁ ଜ୍ଞାନେନ୍ଦ୍ର ଭୋଇ, ଚିତ୍ତରଞ୍ଜନ କୁମାର, ରାଜେନ୍ଦ୍ର କୁମାର ମୁନି ଓ ଚିତ୍ତରଞ୍ଜନ ଦଳପତି ସଂଯୋଜନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ମାଧବ ଲହଜଳ ପରିଚାଳନା କରିଥିଲେ।ପ୍ରବଳ ଥଣ୍ଡା ସ୍ୱତ୍ତେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ



