ଢେଙ୍କାନାଳ ମହୋତ୍ସବ ଉଦ୍ଘାଟନୀ ସନ୍ଧ୍ୟା
ଢେଙ୍କାନାଳ,୨୦୧: ଢେଙ୍କାନାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଢେଙ୍କାନାଳ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆଠାରେ ଆୟୋଜିତ ମହୋତ୍ସବକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି ।ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଜିଲ୍ଲା ମହୋତ୍ସବ ଅବସରରେ ଜିଲ୍ଲାର କଳାକାର, ସଂସ୍କୃତି ପ୍ରେମୀ ବିଶେଷ ଖୁସି ହୋଇଛନ୍ତି । ସମସ୍ତଙ୍କ ସହଯୋଗରେ ଏହି ମହୋତ୍ସବର ପୁନଃରୁଦ୍ଧାର ହୋଇପାରିଛି। ଏହା ଆଉ ଯେଭଳି ବନ୍ଦ ନହେବ ସେଥିପାଇଁ ସମସ୍ତେ ସଂଙ୍କ ନେବାକୁ ହେବ । ମହୋତ୍ସବର ଏ ମଞ୍ଚ ଜିଲ୍ଲାର ବିକାଶର ଚିତ୍ତନ ପାଇଁ ଅବସର ଦେବ । କଳାକାରଙ୍କୁ ମଞ୍ଚ ଦେବ । ମୁଖ୍ୟମନ୍ତ୍ରୀ ଅତିଥିଭାବେ ଆସିବାର କାର୍ଯ୍ୟକ୍ରମ ରହିଥିବାରୁ କପିଳାଶର ବିକାଶ, ସପ୍ତଶଯ୍ୟାର ଉନ୍ନତି ସହ ଢେଙ୍କାନାଳ କଲେଜକୁ ବିଶ୍ବବିଦ୍ୟାଳୟ ପାଇଁ ଦାବି ଜଣାଇବା ବୋଲି କହିଥିଲେ।ନୂଆ ସରକାର ଆସିବା ପରେ ବାଜିରାଉତଙ୍କ ଜନ୍ମଶତବାର୍ଷୀକି ଅବସରରେ ବାଜିରାଉତଙ୍କ ଗାଁର ବିକାଶ ପାଇଁ ଅନୁଦାନ ଦିଆଯାଇଛି। ଗଁଦିଆକୁ ବିଜ୍ଞପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରାଯାଇଛି । ଏବେ ସୁଧା ୭କୋଟି ୫୦ ଲକ୍ଷ ଅନୁଦାନ ଦିଆସରିଲାଣି ବୋଲି କହିଥିଲେ। ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ ଚାଲିଛି । ଢେଙ୍କାନାଳ ସହରରେ ୨୫ କୋଟି ବ୍ୟୟରେ ପ୍ଲାନେଟୋରିୟମ୍ ପ୍ରତିଷ୍ଠା ହେବ ବୋଲି କହିଥିଲେ।ସ୍ବଦେଶୀ ଭାବନା ରହିଲେ ଦେଶର ବିକାଶ ହୋଇପାରିବ । ମହିଳାମାନଙ୍କ ହାତ ତିଆରି ସାମଗ୍ରୀ କିଣିଲେ ସେମାନଙ୍କର ଆର୍ଥିକ ଉନ୍ନତି ଘଟିବ । ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାରର ଅନୁଦାନ ମିଳିବାରୁ ସେମାନଙ୍କର ଆର୍ଥିକ ଉନ୍ନତି ଘଟୁଛି । ଧାନର ମୂଲ୍ୟ ୩୧ଶହ ଟଙ୍କା ଯୋଗୁଁ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳିଛି। ଆତ୍ମନିର୍ଭର ଭାରତ ମନ୍ତ୍ରରେ ସ୍ଵଦେଶୀ ଭାବନା ରହିଲେ ଓଡିଶା ବିକଶିତ ହେବ ଓ ବିକଶିତ ଭାରତ ଗଠନ ହୋଇପାରିବ ବୋଲି କହିଥିଲେ ।ଅନ୍ୟତମ ଅତିଥିଭାବେ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଥିଲେ, ଢେଙ୍କାନାଳ ଐତିତରୁ ଏପର୍ଯ୍ୟନ୍ତ ରାଜ୍ୟରେ ଶ୍ରେଷ୍ଠତ୍ୱ ଦେଖାଇ ଆସିଛି । କଳା ସଂସ୍କୃତିର ମହାନ ପର୍ବ ଜିଲ୍ଲା ମହୋତ୍ସବରେ ସ୍ବତନ୍ତ୍ରତା ରଖିଥିଲା । ଦୁର୍ଭାଗ୍ୟ ଏହାକୁ ବନ୍ଦ କରି ଦିଆଯାଇଥିଲା । ନୂଆ ସରକାର ପୁଣି ଏହା ଆରମ୍ଭ କରିଛନ୍ତି । ନୂଆ ସରକାରରେ ଢେଙ୍କାନାଳ ଜିଲ୍ଲାକୁ ଗୁରୁତ୍ଵ ମିଳିଛି । ମନ୍ତ୍ରୀ ପଦ ସହ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ଭାବେ ଆଗେଇ ଚାଲିଛି। ଅନୁଗୁଳର ବୁଢାପଙ୍କ ଦେଇ କାମାକ୍ଷାନଗର ଉପଖଣ୍ଡରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ଦିଗରେ କାର୍ଯ୍ୟ କରାଯାଉଛି। ସର୍ବକନିଷ୍ଟ ସହିଦ୍ ବାଜିରାଉତଙ୍କ ନାମରେ ଏକ ଟ୍ରେନ ଚଳାଚଳ କରିବାକୁ ଲକ୍ଷ୍ୟ ରହିଛି। ୫୫ନଂ ଜାତୀୟ ରାଜପଥର ମନ୍ଦିର କାମ ଆଗେଇଛି। ବୀର ବୈଷ୍ଣବ ପଟ୍ଟନାୟକ ଓ ବାଜିରାଉତଙ୍କ ନାମରେ ଡାକ ଟିକଟ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ପାଣି କହିଥିଲେ।ଅନ୍ୟତମ ସମ୍ମାନୀତ ଅତିଥିଭାବେ ହିନ୍ଦୋଳ ବିଧାୟିକା ଶ୍ରୀମତି ସିମାରାଣୀ ନାୟକ କହିଥିଲେ, ଢେଙ୍କାନାଳ କଳା ସଂସ୍କୃତିର ମାଟି । ପୁଣି ଏହା ଆରମ୍ଭ ହୋଇଥିବାରୁ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର ବଢିବ । ରାଜ୍ୟରେ ଅନ୍ୟ ମହୋତ୍ସବ ଠାରୁ ଶ୍ରେଷ୍ଠ ମହୋତ୍ସବ ହେବ ବୋଲି କହିଥିଲେ । କାମାକ୍ଷାନଗର ବିଧାୟିକ ଶ୍ରୀ ଶତ୍ରୁଘନ ଜେନା କହିଥିଲେ ଢେଙ୍କାନାଳ ମହୋତ୍ସବ ବନ୍ଦ ହୋଇଯିବା ପରେ ଢେଙ୍କାନାଳବାସୀଙ୍କ ଭିତରେ ଏହାକୁ ନେଇ ଦୁଃଖ ରହିଥିଲା । ସମସ୍ତଙ୍କ ସହଯୋଗରେ ପୁଣି ଆରମ୍ଭ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରୁଛନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ଆଶିଷ ଇଶ୍ଵର ପାଟିଲ ସଭାପତିତ୍ବ କରିବା ସହ ସ୍ବାଗତ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-8-scaled.jpg)


