ଜଳିଗଲା ନୀଳମଣି ପଧାଙ୍କ ଘର……..
କଙ୍କଡାହାଡ଼ ବ୍ଲକ ପଙ୍ଗତିରା ପଂଚାୟତ ବ୍ରାହ୍ମଣଧରା ଫେତେଇସିଙ୍ଗିରେ ନୀଳମଣି ଘର ଜଳିଗଲା , ୯ମାସର ଗର୍ଭବତୀ ସ୍ତ୍ରୀ ଙ୍କୁ ନେଇ ଖୋଲା ଆକାଶ ତଳେପଡ଼ିରହିଛି,! ଅଗ୍ନିକାଣ୍ଡ ରେ ଏକ ଘର ଭସ୍ମୀଭୂତ ହୋଇଯାଇଛି ,ସୂଚନା ଅନୁସାରେ ବ୍ରାହ୍ମଣଧରା ଫେତେଇସିଙ୍ଗି ସାହିର ନିଳମଣି ପଧାନଙ୍କ ଘରେ ଆକସ୍ମିକ ଅଗ୍ନି କାଣ୍ଡ ଘଟିଥିଲା , ଏଥିରେ ଘର ଭସ୍ମୀଭୂତ ହେବା ସହିତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା , ନିଳମଣି ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିଳମଣି ଙ୍କ ସ୍ତ୍ରୀ ଧର୍ମପତ୍ନୀ ଶଶି ପଧାନ ୯ମାସର ଗର୍ଭବତୀ ଅଛନ୍ତି ,ଏହିପରି ପରିବାର ଖୋଲା ଆକାଶ ତଳେ ଗର୍ଭବତୀ ସ୍ତ୍ରୀ ଙ୍କୁ ନେଇ ଭୋକ ଉପାସରେ ଅଛନ୍ତି ଯାହା ଆସବାବପତ୍ର ଥିଲା ସବୁ ପୋଡ଼ି ପାଉଁଶ ହୋଇଯାଇଛି ଖାଇବା ପାଇଁ ମୋଠାଏ ନାହିଁ ରାସନ ଚାଉଳ ମଧ୍ୟ ମିଳୁ ନାହିଁ ରାସନଚାଉଳ ଦେବା ସହିତ ,ଘର ପୋଡ଼ି ପରେ ସେ କ୍ଷତିପୂରଣ ସହିତ ତୁରନ୍ତ ପାଲର ବ୍ୟବସ୍ଥା ସହିତ ଖାଇବା ବ୍ୟବସ୍ଥା ପାଇଁ ନିବେଦନ କରିଛନ୍ତି



