ଗୋପବନ୍ଧୁ ବଜାର ଢଙ୍କୁଣିଆ ସାହିରେ ୧୦୫ତମ ଅଷ୍ଟପ୍ରହର ନାମଯଜ୍ଞର ଉଦ୍ଯାପନୀ
ଢେଙ୍କାନାଳ, ୨୦/୧: ସହରସ୍ଥ ଗୋପବନ୍ଧୁ ବଜାର ଢଙ୍କୁଣିଆ ସାହିରେ ୧୦୫ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପନୀ ଅନୁଷ୍ଠିତ ହୋଇଯାଇଛି। ୧୮ ତାରିଖ ରବିବାର ଦିନ କଳସଯାତ୍ରା ଓ ଅଧବାସ ପୂଜା ଅନୁଷ୍ଠିତ ହୋଇଥିଲା । ୧୯ ତାରିଖ ସୋମବାର ପ୍ରତ୍ୟୁଷରୁ ନାମଯଜ୍ଞ ଆରମ୍ଭ ହୋଇ ୨୦ ତାରିଖ ମଙ୍ଗଳବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଅଦ୍ୟ ବୈଠକ କୀର୍ତନରେ ଅଳସୁଆ ନୂଆସାହି, ସିମିଳିଆ, ଗାନ୍ଧି ବଜାର, ବଳଦିଆବନ୍ଧ, ନଡିଆଳୀ, କୋରିଆଁ, ତରଭା, ସଦାଶିବପୁର, ସାଙ୍କୁଲେଇ, ଦକ୍ଷିଣକାଳୀ, ମହାପଦା ଓ ବଉଳପୁର ଇତ୍ୟାଦି ୨୦ଟି ଗ୍ରାମର କୀର୍ତନ ମଣ୍ଡଳୀ ଯୋଗଦେଇ ପ୍ରତିଯୋଗିତା କୀର୍ତନ ହୋଇଥିଲେ । ଏହି ପ୍ରତିଯୋଗିତା କୀର୍ତନରେ ଅଳସୁଆ ଗ୍ରାମର କୀର୍ତନ ମଣ୍ଡଳୀ ପ୍ରଥମ ପୁରସ୍କାର ସହିତ ୫୦୧ଟଙ୍କା, ସାକୁଲେଇ କୀର୍ତନ ମଣ୍ଡଳୀ ଦ୍ବିତୀୟ ସ୍ଥାନ ଅଧୁକାରୀ କରି ୫୦୧ ଟଙ୍କା ଓ ନଡିଆଳୀ ଗ୍ରାମର କୀର୍ତନ ମଣ୍ଡଳୀ ତୃତୀୟ ସ୍ଥାନ ଅଧୁକାରୀ କରି ୨୦୧ଟଙ୍କା ପାଇଥିଲେ। ବିଚରକ ଭାବେ ନିରାକର ମଲ୍ଲିକ ଓ ଶ୍ରୀଧର ମଲ୍ଲିକ ଉପସ୍ଥିତ ଥିଲେ । ପରେ ନଗର କୀର୍ତନ, ଦଧିହାଣ୍ଡି ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଜ୍ଞାନରଞ୍ଜନ ଦାସ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସଭାପତି ସରୋଜ କୁମାର ମଲ୍ଲିକ, ସଂପାଦକ ସଂଗ୍ରାମ ମଲ୍ଲିକ୍, ଅନନ୍ତ ମଲ୍ଲିକ ଓ ଢଙ୍କୁଣିଆ ସାହିବାସୀନ୍ଦା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-8-scaled.jpg)


