ଆର୍ସେଲର ମିତ୍ତଲ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ଆକ୍ସନ ମୁଡ଼ରେ ବିଜୁଜନତା ଦଳ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଆର୍ସେଲର ମିତ୍ତଲ୍ କମ୍ପାନୀର ମନମୁଖୀ କାର୍ଯ୍ୟ, ବିନା ଅନୁମତିରେ ସଂରକ୍ଷିତ ଜଙ୍ଗଲ ଓ ପାହାଡ କୁ କାଟି ପକେଇଲା।କେନ୍ଦୁଝରଜିଲ୍ଲା ଖଣିଜ ସମ୍ପଦ ବହୁଳ ଓ ଜଙ୍ଗଲ ପାହାଡ଼ରେ ପରିବେଷ୍ଠିତ ଜିଲ୍ଲା ହୋଇଥିବା ବେଳେ ଅମାନିଆ ଖଣି କମ୍ପାନୀ ଆର୍ସେଲର ମିତ୍ତଲ୍ କମ୍ପାନୀ, ବିନା ଅନୁମତିରେ ଅବୈଧ ଭାବେ କାଟି ପକେଇଲା ଜଙ୍ଗଲ ଓ ପାହାଡ, ଏହି ଘଟଣାରେ ବଡ଼ବିଲ ବନବିଭାଗ ପକ୍ଷରୁ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ୍ ସଦଳବଳେ ଚଢାଉ କରି ଦୁଇଟି ଏକ୍ସାଭେଟର ମେସିନ୍ ସହ ତିନୋଟି ହାଇୱା ଗାଡ଼ିକୁ ଜବତ୍ କରିଥିବା ନେଇ ସୂଚନା। ଯାହାକି ଆର୍ସେଲର ମିତ୍ତଲ୍ କମ୍ପାନୀ କର୍ତୃପକ୍ଷଙ୍କ ଦ୍ବାରା ବିନା ଅନୁମତିରେ ମନମୁଖୀ ଭାବେ ଏଭଳି କାର୍ଯ୍ୟ କୁ ତୀବ୍ର ନିନ୍ଦା କରିଛନ୍ତି ବିଜୁ ଜନତା ଦଳର ବଡ଼ବିଲ ସଭାପତି, ଆସନ୍ତୁ ଶୁଣିବା କଣ କହୁଛନ୍ତି ସେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



