ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଆସନ୍ତା ମାସ ୩ ତାରିଖରୁ ମାର୍ଚ୍ଚମାସ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଅମୃତ ଉଦ୍ୟାନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦର୍ଶକମାନେ ଅପରାହ୍ନ ୫ଟା ୧୫ ମିନିଟ୍ ସୁଦ୍ଧା ଉଦ୍ୟାନକୁ ପ୍ରବେଶ କରିପାରିବେ ।ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଉଦ୍ୟାନ ବନ୍ଦ ରହିବ ।
ମାର୍ଚ୍ଚ ୪ ତାରିଖ ଦିନ ହୋଲି ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ୟାନ ବନ୍ଦ ରହିବ । ଦର୍ଶକମାନଙ୍କ ପାଇଁ ଉଦ୍ୟନକୁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକମାନଙ୍କୁ ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ବା ୩୫ ନମ୍ବର ପ୍ରବେଶଦ୍ୱାର ନିକଟରେ ଥିବା କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିବାକୁ ପଡ଼ିବ । ଉଦ୍ୟାନ ମଧ୍ୟକୁ ମୋବାଇଲ୍ ଫୋନ୍,ହାତବ୍ୟାଗ୍, ଶିଶୁମାନଙ୍କ ଖାଦ୍ୟ, ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ଜିନିଷ ନେବା ଉପରେ କଟକଣା ଲଗାଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


