ବ୍ଲକ ସ୍ତରୀୟ ଜଳବିଭାଜିକାମହୋତ୍ସବ ଅନୁଷ୍ଠିତ….

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ପଙ୍ଗାତିରା ପଂଚାୟତ ଠାରେ ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ ପରିସର ମଧ୍ୟରେ ବୃକ୍ଷରୋପଣ ଭୂମି ପୂଜନ ଲୋକାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ହୋଇଥିଲା!ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ମହୋତ୍ସବ ଯୋଗଦେଇଥିଲେ!ଢେଙ୍କାନାଳ ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ଶ୍ରୀଯୁକ୍ତ କଳ୍ପଵଟ ବେହେରା ସଭାପତିତ୍ବ କରିଥିଲେ ସମ୍ନାନୀୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିଜାରୀ ଶ୍ରୀଯୁକ୍ତ ଯଶୋବନ୍ତ ଦେହୁରୀ ଗୋଷ୍ଠୀ କୃଷି ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ଶତପଥୀ, ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ ନବକିଶୋର ସାହୁ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାସବିହାରୀ ବେହେରା, ପଙ୍ଗାତିରା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ କରୁଣାକର ସାହୁ ମଞ୍ଚ ମଣ୍ଡିତ କରିଥିଲେ!ଶ୍ରୀଯୁକ୍ତ କଳ୍ପଵଟ ବେହେରା ଉତ୍ସବର ଆଭିମୁଖ୍ୟ ବିଷୟରେ ଉଦବୋଧନ ଦେଇଥିଲେ!ସରକାରଙ୍କର ସବୁ ସମୟରେ କୃଷି କାର୍ଯ୍ୟ ର ଉନ୍ନତି ସଙ୍ଗେ ସଙ୍ଗେ ସଆର୍ଥିକ ଦିଗରେ ଅଭିବୃଦ୍ଧି କରାଇ ବିଭିନ୍ନ ପ୍ରକାର ମାଧ୍ୟମରେ ଜଳବିଭାଜିକା ଅଞ୍ଚଳ ଗୁଡିକ ଅଗ୍ରଗତି କରାଇବାର ପ୍ରତିଶୃତି ଦେଇଥିଲେ!ଅନୁରୋପ ଭାବରେ ଶ୍ରମତି ମଧୁସ୍ମିତା ଶତପଥୀ ଜଳବିଭାଜିକା ସଂରକ୍ଷଣ ବିଭିନ୍ନ ଉପାୟରେ ଗ୍ରହଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରି ଚାଷୀ ସଶକ୍ତିକରଣ କିଭଳି ଅଭିବୃଦ୍ଧି ହେବ ନିଜ ନିଜର ସକାରାତ୍ମକ ଚିନ୍ତାଧାରାରେ ଜଳବିଭାଜିକା ଆର୍ଥୀକ ଗୁଡିକର ବିକାଶ ଦିଗରେ ବହୁମୂଲ୍ୟ ଅଭିମତରେ ରଖିଥିଲେ!ଉତ୍ସବ ମାଧ୍ୟମରେ ପଙ୍ଗାତିରା ଗ୍ରାମ ପଂଚାୟତର ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନ ପୁରସ୍କୃତ କରିଥିଲେ!ୱାଟରସେଡ ମହୋତ୍ସବ କାର୍ଯ୍ୟକ୍ରମରେ ଜାଳବିଭାଜିକାର ସମସ୍ତ କର୍ମଚାରୀ ରିତେଶ ଜେନା, ଦୁଃଶାସନ ନାୟକ ପ୍ରକାଶ ଚନ୍ଦ୍ର ଘଡେଇ, ମୁନା ସାହୁ ସୌରଭ ପରିଡା, ଦିବ୍ୟ ରଞ୍ଜନ ସାହୁ, ହରେକୃଷ୍ଣ ରାଉତ, ରୋଜାଲିନ ସାହୁ ଅନିତା ସାହୁ, ବିଭିନ୍ନ ଦାୟତ୍ୱ ନିର୍ବାହ କରି କାର୍ଯ୍ୟ କ୍ରମ ସାଫଲ୍ୟ ମଣ୍ଡିତ କରିଥିଲେ!ଡ଼ ଏଲ ଏମ୍ r କର୍ମଚାରୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିଲେ!ମାନା ନାୟକ ଅତିରିକ୍ତ ମୃତିକା ସଂରକ୍ଷଣ କଙ୍କଡ଼ାହାଡ଼ ବ୍ଲକ ବହୁ ମୂଲ୍ୟ ଅଭିମତ ରଖି ଧନ୍ୟବାଦ ଅର୍ପଣ କରିଥିଲେ!



