ଅମ୍ବାଭୋନା ବ୍ଳକ୍ ରେ ଦ୍ବିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ ଉଦଯାପିତ

ଅମ୍ବାଭୋନା ୨୪/୦୧ ଶନିବାର ଦିନ ଅମ୍ବାଭୋନା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମ୍ବିଳନୀ କକ୍ଷରେ ଅମ୍ବାଭୋନା ବ୍ଳକ୍ ର ଏ ବି ଇ ଓ କମ୍ ବି ଆର୍ ସି ସି ଶ୍ରୀଯୁକ୍ତ ଲାଲ୍ ମୋହନ୍ ସିଂ ଙ୍କ ସଭାପତିତ୍ବରେ ତଥା ବି ଆର୍ ଟି ରମେଶ ଚନ୍ଦ୍ର ମେହେର ଓ ପ୍ରିୟ ରଂଜନ ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଞ୍ଚ ଦିବସୀୟ ନିଷ୍ଠା ତାଲିମ ଉଦଘାଟିତ ହୋଇଯାଇଛି । ଭୁକ୍ତା ସି ଆର ସି ସି କେଦାର ନାଏକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧନ କର୍ମୀ ସ୍ବାଧୀନ କୁମାର ସାହୁ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଆର୍ ପି ଭାବେ ସ୍ବାଧୀନ କୁମାର ସାହୁ, ସୁଶାନ୍ତ ପ୍ରଧାନ, ସଡାନନ ଭୋଇ, ଭୈରବ ନାଥ ପଟେଲ ଅମ୍ବାଭୋନା ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।୪୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପାଞ୍ଚ ଦିନ ଧରି ନିଷ୍ପା ତାଲିମ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଏକାଙ୍କିକା ସେଇ ପିଲା ସେଇ ହୀରା ମଞ୍ଚସ୍ଥ ହୋଇଥିଲା । ଏକାଙ୍କିକା ଟି ସମସ୍ତ ଙ୍କ ମନଛୁଆଁ ହୋଇପାରିଥିଲା । ଏ ବି ଇ ଓ ଶ୍ରୀଯୁକ୍ତ ଲାଲ୍ ମୋହନ୍ ସିଂ ଓ ବି ଆର୍ ଟି ରମେଶ ଚନ୍ଦ୍ର ମେହେର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ବି ଆର୍ ଟି ରମେଶ ଚନ୍ଦ୍ର ମେହେର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)


